Jai Odisha
News

ଭୋଟରଙ୍କୁ ଗୀତା ବଣ୍ଟନ କରି ପ୍ରଚାର କରୁଛନ୍ତି ପ୍ରାର୍ଥୀ

ରାଜକନିକା,୬/୨: ରାଜକନିକା ବ୍ଲକ୍‌ରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି । ଘରକୁ ଘର ବୁଲି ଚାଲିଛି ପ୍ରଚାର । ଦିନକୁ ଦିନ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ପନ୍ଥା ବାହାର କରୁଛନ୍ତି । କେଉଁ ଉପାୟରେ ଭୋଟରଙ୍କ ମନକୁ ଆକୃଷ୍ଟ କରି ନିଜ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ ସେଥିପାଇଁ ଲାଗିପଡ଼ିଛନ୍ତି ପ୍ରାର୍ଥୀମାନେ । ରାଜକନିକା ବ୍ଲକ୍ ପାରିନୂଆପଡ଼ା ହାବଳଗଣ୍ଡ ଗ୍ରାମ ପଂଚାୟତର ସରପଂଚ ପ୍ରାର୍ଥୀ ମଞ୍ଜୁଲତା ରାଉତ ଏବଂ ସମିତି ସଭ୍ୟ ପ୍ରାର୍ଥୀ ମିନତୀ ରାଉତ ଭୋଟର ମାନଙ୍କୁ ଗୀତା ବହି ବଣ୍ଟନ କରି ଭୋଟ ଭିକ୍ଷା କରୁଛନ୍ତି । ଗୀତା ପାଠ ସହିତ ଘରକୁ ଘର ବୁଲି ଧର୍ମ ଅଧର୍ମ କଥା କରି ଲୋକମାନଙ୍କୁ ଅନୁରୋଧ କରୁଛନ୍ତି । ମହିଳା ଭାବେ ପଂଚାୟତର ଉନ୍ନତି ସହିତ ସେବା କରିବା ପାଇଁ ସଂକଳ୍ପ ନେଉଥିବାର ଦୁଇ ପ୍ରାର୍ଥୀ କହିଛନ୍ତି । ଗୀତା ବଣ୍ଟନକୁ ଲୋକମାନେ ପସନ୍ଦ କରୁଥିବା ବେଳେ ଭୋଟ ହାତେଇବାରେ ପ୍ରାର୍ଥୀମାନେ କେତେ ଆଗ୍ରହ ପ୍ରକାଶ କରୁଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ ।

Leave A Reply

Your email address will not be published.