Jai Odisha
News

ମଝି ଆକାଶରେ ବିମାନ ଇଞ୍ଜିନ୍‌ରେ ଲାଗିଲା ନିଆଁ : ଆବୁଧାବିରେ ଏମରଜେନ୍ସି ଲ୍ୟାଣ୍ଡିଂ

ଆବୁଧାବି ,୩।୨: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ହୋଇଛି ଅଗ୍ନିକାଣ୍ଡ । ଏୟାର ଇଣ୍ଡିଆ ଏକ୍ସପ୍ରେସର ଇଞ୍ଜିନରେ ଅଚାନକ୍ ନିଆଁ ଲାଗିବା ପରେ ବିମାନର ଜରୁରୀ ଅବତରଣ କରାଯାଇଛି । ସୂଚନାନୁସାରେ, ବିମାନଟି ଆବୁଧାବିରୁ କାଲିକଟ ଅଭିମୁଖେ ଉଡ଼ାଣ ଭରିଥିଲା । କିଛି ସମୟ ପରେ ଇଞ୍ଜିନରେ ନିଆଁ ଲାଗିବା ପରେ ବିମାନଟି ଆବୁଧାବି ବିମାନବନ୍ଦରରେ ଅବତରଣ କରିଥିଲା ।ଆବୁଧାବିରୁ କାଲିକଟ ଅଭିମୁଖେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମଧ୍ୟଭାଗରେ ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହା ପରେ ବିମାନଟି ସୁରକ୍ଷିତ ଭାବେ ଆବୁଧାବିରେ ଅବତରଣ କରିଥିଲା। ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଡିଜିସିଏ ଏହି ଘଟଣାକୁ ନିଶ୍ଚିତ କରିଛି। ଏକ ବିବୃତ୍ତି ଜାରି କରି ଡିଜିସିଏ କହିଛି ଯେ, ଏୟାର ଇଣ୍ଡିଆ ଏକ୍ସପ୍ରେସର ବି୭୩୭-୮୦୦ ଭିଟି-ଏଓ୍ବାଇସି ଅପରେଟିଂ ଫ୍ଲାଇଟ ଆଇଏକ୍ସ ୩୪୮ (ଆବୁଧାବି-କାଲିକଟ) ଟେକ ଅଫ ସମୟରେ ଇଞ୍ଜିନ ନମ୍ବର ୧ରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ବିମାନଟି ୧୦୦୦ ଫୁଟ ଉଚ୍ଚରେ ଥିଲା। ଏହା ପରେ ବିମାନଟି ସୁରକ୍ଷିତ ଭାବେ ଆବୁଧାବିରେ ଅବତରଣ କରିଥିଲା।

Leave A Reply

Your email address will not be published.