Jai Odisha
News

ମଦ ଘୋଟାଲା: ୧୪ ଘଣ୍ଟିଆ ସିବିଆଇ ଚଢ଼ଉ, ୧୨ ଘଣ୍ଟା ସିସୋଦିଆଙ୍କୁ ପଚରାଉଚରା

ନୂଆଦିଲ୍ଲୀ ୨୧/ ୦୮: ରାଜଧାନୀରେ ମଦ ଘୋଟାଲା ମାମଲାରେ ସିବିଆଇ ଯାଞ୍ଚ ହୋଇସାରିଛି ।   ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ମୋଟ ୧୪ ଜଣଙ୍କ ଘରେ ସିିବିଆଇ ରେଡ୍‌ କରିଥିଲା । ଏବେ ପୁଣି ସିସୋଦିଆଙ୍କ ସମେତ ୧୪ ଜଣଙ୍କୁ ଲୁକଆଉଟ୍‌ ନୋଟିସ୍‌ ଜାରି କରିଛି ସିବିଆଇ । କିନ୍ତୁ ମୁମ୍ବାଇର ଏଣ୍ଟରଟେନମେଣ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସିଇଓ ବିଜୟ ନାୟରଙ୍କ ନାଁ ଲୁକଆଉଟ ନୋଟିସରେ ସାମିଲ ନାହିଁ । ଶନିବାର ପ୍ରେସକନଫରେନ୍ସ କରି ଗିରଫଦାରୀ ଆଶଙ୍କା କରିଥିଲେ ମନୀଷ ସିସୋଦିଆ । ସେ କହିଥିଲେ, ୨/ ୩ ଦିନ ମଧ୍ୟରେ ସିବିଆଇ ତାଙ୍କୁ ଗିରଫ କରିପାରେ । କିନ୍ତୁ ଏଥିରେ ସେ ଭୟଭୀତ ନାହାନ୍ତି । କେଜରିଓ୍ବାଲଙ୍କ ସରକାରରେ ମନ୍ତ୍ରୀ ଥିବାରୁ କେନ୍ଦ୍ର ସରକାର ଆକ୍ରୋଶମୂଳକ ଭାବେ ଏଭଳି କରୁଥିବା ସେ ଅଭିଯୋଗ କରିଥିଲେ । ଏହାର ମାତ୍ର ୨୪ ଘଣ୍ଟା ନପୁରୁଣୁ ୧୪ ଜଣଙ୍କ ବିରୁଦ୍ଧରେ ଲୁକଆଉଟ ନୋଟିସ୍‌ ଜାରି କରାଯାଇଛି । ଏହି ଆଧାରରେ ବର୍ତ୍ତମାନ ସିବିଆଇ ସ୍କାନରେ ଥିବା ୧୪ ଜଣ ବ୍ୟକ୍ତି ଦେଶ ଛାଡି ଯାଇପାରିବେ ନାହିଁ । ଯଦି କେହି ବି ଏଭଳି କରନ୍ତି ତେବେ ତାଙ୍କୁ ଗିରଫ କରାଯିବ । ଅନ୍ୟପଟେ ସିବିଆଇ ଦ୍ବାରା ଲୁକଆଉଟ୍‌ ନୋଟିସ ଜାରି କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ଟ୍ବିଟ୍‌ କରିଛନ୍ତି ମନୀଷ ସିସୋଦିଆ । ଏହା ସହିତ କ୍ୟାପସନରେ ସେ ଲେଖିଛନ୍ତି, ‘ମାନୁଛି ମୌସୁମୀ ବି ଧିରେଧିରେ ବଦଳେ କିନ୍ତୁ ଆପଣଙ୍କ ଗତି ଦେଖି ତ ପବନ ବି ଚକିତ ହୋଇଯିବ ସାର୍’।ରାଜଧାନୀ ଦିଲ୍ଲରରେ ମଦ ଘୋଟାଲା ଘଟଣାରେ ସଂପୃକ୍ତ ଥିବା ୧୪ ଜଣଙ୍କ ମଧ୍ୟରେ ରହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ପୂର୍ବତନ ଅବକାରୀ କମିସନର ଆର୍ଯ୍ୟ ଗୋପୀ କୃଷ୍ଣ, ଅବକାରୀ ବିଭାଗ ଡେପୁଟି କମିସନର ଆନନ୍ଦ ତିଓ୍ବାରୀ, ଅତିରିକ୍ତ ଅବକାରୀ କମିସନର ପଙ୍କଜ ଭଟ୍ଟନାଗର, ଏଣ୍ଟନଟେନମେଣ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସିଇଓ ବିଜୟ ନାୟରଙ୍କ ସମେତ ଅନେକ ବ୍ୟକ୍ତିଙ୍କ ନାଁ ରହିଛି ।

Leave A Reply

Your email address will not be published.