Jai Odisha
News

ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହଯୋଗୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ

ରାଞ୍ଚିର ବିଭିନ୍ନ ଅଞ୍ଚଳରେ ଚଢାଉ କରିଛି ଇଡି । ଝାଡଖଣ୍ଡର ମନ୍ତ୍ରୀ ଦୁର୍ନୀତିରେ ଲିପ୍ତ ଥିବା ସୂଚନା ପାଇବା ପରେ ‘ଇଡି’ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ସହଯୋଗୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ କରିଛି। ଘଟଣାସ୍ଥଳରେ ନୋଟ୍ ଗଣତି ପାଇଁ ତଦନ୍ତକାରୀ ସଂସ୍ଥା ଇଡି ଅନେକ ମେସିନ୍ ବ୍ୟବହାର କରୁଛି  ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରେ ପାହାଡ଼ ପରି ଟଙ୍କା ଗଦା ହୋଇଥିବା ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି।ଏହି ଚଢ଼ାଉ ଝାରଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗରେ କିଛି ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ସହ ଜଡିତ ଅର୍ଥ ହେରଫେର ମାମଲାକୁ ନେଇ ହୋଇଛି। ଏହି ଘଟଣାରେ ବିଭାଗର ମୁଖ୍ୟ ଇଞ୍ଜିନିୟର ବିରେନ୍ଦ୍ର କେ ରାମଙ୍କୁ ଗତ ବର୍ଷ ଫେବ୍ରୁଆରିରେ ଗିରଫ କରାଯାଇଥିଲା। ଆଲାମଗିରି ଆଲାନ ଝାରଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅଟନ୍ତି।

Leave A Reply

Your email address will not be published.