Jai Odisha
News

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ସିସୋଦିଆ ଓ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୨୮।୨: ଆଜି ସିସୋଦିଆ ଓ ସତ୍ୟେନ୍ଦ୍ର ଉଭେୟ ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଦୁଇ ନେତା ସେମାନଙ୍କର ଇସ୍ତଫା ପତ୍ର ପଠାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ଜଣାପଡ଼ିଛି । ଇସ୍ତଫା ଦେଲେ ଭ୍ରଷ୍ଟାଚାର ମାମଲାରେ ଗିରଫ ମନୀଷ ସିସୋଦିଆ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମନୀଷ ସିସୋଦିଆ । ସେହିପରି ସୈତେନ୍ଦ୍ର ଜୈନ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । 2021-22  ଦିଲ୍ଲୀ  ଅବକାରୀ ଦୁର୍ନୀତି ମାମଲାରେ ସଂପୃକ୍ତି ଓ ଦୁର୍ନୀତି ପ୍ରମାଣ ନଷ୍ଟ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ତଦନ୍ତରେ ସିସୋଦିଆ ସହଯୋଗ କରୁନଥବା ଦର୍ଶାଇଥିଲା ସିବିଆଇ । ସେପଟେ ସିସୋଦିଆଙ୍କ ଗିରଫର ଜୋରଦାର ପ୍ରତିବାଦ କରିଥିଲା ଆପ୍ । ଦୁର୍ନୀତି ମାମଲ‌ାରେ ଗିରଫ ହେବାରେ ସିସୋଦିଆ ହେଉଛନ୍ତି କେଜ୍ରିୱାଲ ସରକାରର ଦ୍ବିତୀୟ ମନ୍ତ୍ରୀ। ଏହାପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗତ ବର୍ଷ ଗିରଫ କରିଥିଲା ।  ସେ ଏବେ ବି ଜେଲରେ ଅଛନ୍ତି ।

Leave A Reply

Your email address will not be published.