Jai Odisha
News

ମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ

ଭୁବନେଶ୍ୱର,୨୯/ ୧୦ :ଆଜି ରାଜଧାନୀ ଭୁବନେଶ୍ବରରେ ଛାତ୍ର କଂଗ୍ରେସ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଛାତ୍ର କଂଗ୍ରେସ ସଦସ୍ୟମାନେ ନବୀନ ନିବାସକୁ ଘେରାଉ କରିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବୁ ଚେଷ୍ଟା କରିଥିଲା। ପୋଲିସ ମେସାନଙ୍କୁ ଅଟକାଇବାକୁ ଉଦ୍ୟମ କରିବା ବେଳେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସର ସଦସ୍ୟମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟର୍‌ ମାରିଥିବା ସୂଚନା ରହିଛି। ଶନିବାର ରାଜଧାନୀରେ ନବୀନ ନିବାସକୁ ଘେରାଉ ଉଦ୍ୟମ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନକୁ ଛାତ୍ର କଂଗ୍ରେସ ଧସେଇ ପଶିଛନ୍ତି। ଡିସିପିଙ୍କ ଉପସ୍ଥିତିରେ ଛାତ୍ର କଂଗ୍ରେସ କର୍ମୀ ଧସେଇ ପଶିଛନ୍ତି। ଏହା ସହ ମନ୍ତ୍ରୀଙ୍କ କ୍ୱାର୍ଟର୍ସକୁ ଅଣ୍ଡାମାଡ଼ ମଧ୍ୟ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି । ମନ୍ତ୍ରୀ କ୍ୱାର୍ଟର୍ସକୁ ମଧ୍ୟ ଅଣ୍ଡାମାଡ କରିଥିବା ଜଣାପଡିଛି। ଏହାସହ ଜେ.ପି ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ , ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଉଛି।

Leave A Reply

Your email address will not be published.