Jai Odisha
News

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲା: ଜେଲ ଗଲେ ବହିଷ୍କୃତ ASI ଗୋପାଳ ଦାସ

ଭୁବନେଶ୍ୱର,୩୧ା୧ :   ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଏଏସଆଇ ଗୋପାଳ ଦାସଙ୍କୁ ଗତକାଲି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଜର କରାଯାଇଥିଲା । ଜେଲ୍‌ ଗଲେ ବହିଷ୍କୃତASI ଗୋପାଳ ଦାସ। ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସଙ୍କୁ ଝାରସୁଗୁଡ଼ା JMFCଙ୍କ ଆବାସିକ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଯାଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି କ୍ରାଇମ୍‌ବ୍ରାଞ୍ଚ ଗୋପାଳଙ୍କୁ କୋର୍ଟରେ ହାଜର କରିଥିଲା।  କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଗୋପାଳଙ୍କୁ ଗତକାଲି ଚାକିରିରୁ ବରଖାସ୍ତ କରିଥିଲେ ଝାରସୁଗୁଡ଼ା ଏସପି । ଗୋପାଳଙ୍କଠାରୁ ଜବତ ହୋଇଥିବା ପିସ୍ତଲକୁ ବାଲିଷ୍ଟିକ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ । ତାଙ୍କଠାରୁ ୯ଏମଏମ ପିସ୍ତଲ, ୩ଟି ଜୀବନ୍ତ ଗୁଳି ଜବତ ହୋଇଥିଲା । ଅନ୍ୟପକ୍ଷରେ ନବଙ୍କ ରକ୍ତଭିଜା ପୋଷାକ, ମେଡିକାଲ ରେକର୍ଡକୁ ଜବତ କରାଯାଇଛି । ଏଥିସହିତ ପୋଷ୍ଟମର୍ଟମ କରିଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରାଯାଇ ନବଙ୍କ ଭିସେରା ନମୂନା ସଂରକ୍ଷିତ କରି ରଖାଯାଇଛି ।

 

 

Leave A Reply

Your email address will not be published.