Jai Odisha
News

ମନ୍‌ କୀ ବାତ୍‌’ ପ୍ରସାରଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମହୁଆ ମୈତ୍ରଙ୍କ ୨ଟି ପ୍ରଶ୍ନ

ନୂଆଦିଲ୍ଲୀ,୩୦।୪: ବହୁଚର୍ଚ୍ଚିତ ‘ମନ୍‌ କୀ ବାତ୍‌’ର ୧୦୦ତମ ସଂସ୍କରଣ ପ୍ରସାରଣ ଅବ୍ୟବହିତ ପୂର୍ବରୁ ଆଜି ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ର ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ୨ଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି।ଟୁଇଟ୍‌ କରି ମୈତ୍ର ଲେଖିଛନ୍ତି: ମାନ୍ୟବର ପ୍ରିୟ ମୋଦୀଜୀ, ଆଜି ଜାତିସଂଘ ମୁଖ୍ୟଳୟରେ ମଧ୍ୟ ‘ମନ୍‌ କୀ ବାତ୍‌’ର ୧୦୦ତମ ସଂସ୍କରଣର ଲାଇଭ୍‌ ଟେଲିକାଷ୍ଟ୍‌ କରାଯିବ। ଦୟାକରି ଆମକୁ କୁହନ୍ତୁ: ୧. କ୍ଷମତାଶାଳୀ ‘ବିଜେପି’ ଶିକାରୀଙ୍କ କବଳରୁ ଭାରତର କ୍ରୀଡ଼ାବିତ୍‌ ଝିଅମାନଙ୍କୁ ରକ୍ଷା କରାଯାଇ ପାରୁନି କାହିଁକି ୨. ସୁପ୍ରିମ୍‌ କୋର୍ଟଙ୍କଦ୍ବାରା ଧାର୍ଯ୍ୟ ସମୟସୀମା ମଧ୍ୟରେ କାହିଁକି ‘ସେବି’ ଆଦାନି ତଦନ୍ତ ଶେଷ କରିପାରୁ ନାହିଁ। ଧନ୍ୟବାଦ।

Leave A Reply

Your email address will not be published.