Jai Odisha
News

‘ମନ କି ବାତ’ର ୧୦୦ ତମ ଅଧ୍ୟାୟ,ମିଳିତ ଜାତିସଂଘ ମୁଖ୍ୟାଳୟରୁ ସିଧା ପ୍ରସାରଣ

ନୂଆଦିଲ୍ଲୀ,୨୯ା୪:ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ୍ କି ବାତ’ କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟ ମିଳିତ ଜାତିସଂଘ ମୁଖ୍ୟାଳୟର ‘ଟ୍ରଷ୍ଟିସିପ୍ କାଉନସିଲ୍ ଚାମ୍ବର’ରୁ ଏପ୍ରିଲ୍ ୩୦ରେ ସିଧା ପ୍ରସାରଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ଅଧ୍ୟାୟକୁ ମିଳିତ ଜାତିସଂଘ ମୁଖ୍ୟାଳୟରୁ ସିଧା ପ୍ରସାରଣ କରାଯିବ। ଏନେଇ ‘ଜାତିସଂଘ ସ୍ଥାୟୀ ମିଶନ ଅଫ ଇଣ୍ଡିଆ ଟୁଇଟ୍ କରି କହିଛି, ‘ଐତିହାସିକ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ୍ କି ବାତ’ କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟ ମିଳିତ ଜାତିସଂଘ ମୁଖ୍ୟାଳୟର ‘ଟ୍ରଷ୍ଟିସିପ୍ କାଉନସିଲ୍ ଚାମ୍ବର’ରୁ ଏପ୍ରିଲ୍ ୩୦ରେ ସିଧା ପ୍ରସାରଣ ହେବ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କି ବାତ’ର ପ୍ରଥମ ଅଧ୍ୟ‌ାୟ ୨୦୧୪ ମସିହା ଅକ୍ଟୋବର ୩  ତାରିଖ ଶୁକ୍ରବାର ଦିନ  ବିଜୟାଦଶମୀର ଶୁଭ ଅବସରରେ ପ୍ରସାରଣ ହୋଇଥିଲା ୨୦୧୫ ମସିହା ଏପ୍ରିଲ ମାସରୁ ‘ମନ କି ବାତ’କୁ ପ୍ରତ୍ୟେକ ମାସର ଶେଷ ରବିବାରରେ ପ୍ରସାରଣ କରାଯାଏ।  ମୋଟ ୩୦ ମିନିଟର ଏହି କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟ ଏପ୍ରିଲ୍ ୩୦ରେ ଭାରତୀୟ ସମୟ ଅନୁସାରେ ଦିନ ୧୧ ଟା ଏବଂ ନ୍ୟୁୟର୍କରେ ରବିବାର ସକାଳ ୧.୩୦ରେ ପ୍ରସାରଣ ହେବ । ଏହାର ୯୯ତମ ଅଧ୍ୟାୟ ୨୦୨୩ ମାର୍ଚ୍ଚ ୨୬ ରେ ପ୍ରସାରଣ ହୋଇଥିଲା।| ଏହାକୁ ସମଗ୍ର ନେଟୱାର୍କରେ ସାଙ୍କେତିକ ଭାଷାରେ ଦୁରଦର୍ଶନ ଦ୍ୱାରା ପ୍ରସାରଣ କରାଯାଏ।  ‘ମନ୍ କି ବାତ’ର ପ୍ରଥମ ଅଧ୍ୟାୟ ୧୪ମିନିଟର ଥିବାବେଳେ ଏହାର ଅବଧି ଦ୍ୱିତୀୟ ପର୍ଯ୍ୟାୟରେ ୧୯ ମିନିଟ୍ ଏବଂ ତୃତୀୟ ପର୍ଯ୍ୟାୟରେ ୨୬ମିନିଟକୁ ବୃଦ୍ଧି ପାଇଥିଲା। ଶେଷ‌ରେ ଚତୁର୍ଥ ପର୍ଯ୍ୟାୟରେ ପ୍ରତ୍ୟେକ ଅଧ୍ୟାୟର ଅବଧି ୩୦ ମିନିଟ୍ ରହିଥିଲା। ଯାହା କି ଏପର୍ଯ୍ୟନ୍ତ ସେହି ୩୦ମିନିଟରେ ଚାଲିଛି।

Leave A Reply

Your email address will not be published.