Jai Odisha
News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ମୃତ

ଯାଜପୁର  , ୨୫।୨: ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ନିକଟ ସେଣ୍ଟ୍ରାଲ ବ୍ୟାଙ୍କ ସମ୍ମୁଖରେ ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଏକ ଆଇଚର ପିଟିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି । ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଯାଜପୁର ଚଣ୍ଡିଖୋଲ ନେଉଳପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ନେଉଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ NH-16ରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଧକ୍କା ଦେଇଛି କୋଲକାତା ପଟୁ ଆସୁଥିବା ଏକ ଟ୍ରକ୍ । ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦୁର୍ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
୪  ଦିନ ହେଲା ଉକ୍ତ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଏକ ଲୁହା ଗୁଣ୍ଡ ବୋଝେଇ ଟ୍ରକ୍‌ ଛିଡା ହୋଇଥିଲା। ଭୋରରୁ ଘନ କୁହଡ଼ୁି ହୋଇଥିବା ବେଳେ କୋଲକାତାରୁ ଦ୍ରୁତ ଗତିରେ ଆସୁଥିବା ଏକ କୁକୁଡ଼ା ବୋଝେଇ ଆଇଚର ି ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଟ୍ରକ୍‌ ପଛ ପଟେ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଆଇଚରରେ ଥିବା ୭ ଜଣଙ୍କ ମଧ୍ୟରୁ ଡ୍ରାଇଭରଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆଉ ଜଣେ ଟ୍ରକ ଉପରେ ରହି ଯାଇଥିବା ବେଳେ ସେ ଗୁରୁତର ହୋଇଥିଲେ।ଧର୍ମଶାଳା ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଗ୍ୟାସ କଟରରେ ଟ୍ରକ୍ଟିକୁ କାଟି ମୃତ ଦେହଗଡ଼ିକୁ ବାହାର କରିଥିଲେ। ଏଥିସହ ଟ୍ରକ ଉପରେ ଗୁରୁତର ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ଘଟିଛି।
ମୃତଦେହଗଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ॥

Leave A Reply

Your email address will not be published.