Jai Odisha
News

ମହାନଦୀ ଓ ଶାଖା ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ବନ୍ୟା ଜଳ ,୧୦ ଜିଲ୍ଲାକୁ ଆଲର୍ଟ

କଟକ, ୧୭/୦୮ : ମହାନଦୀ ଆଜି କଟକ ମୁଣ୍ଡୁଳୀ ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି  । ମୁଣ୍ଡଳୀରେ ମହାନଦୀର ଜଳ ପ୍ରଵାହ ସ୍ଥିର ରହିଛି । ଏବେ ସେକେଣ୍ଡ ପ୍ରତି ମହାନଦୀରେ ୧୨ଲକ୍ଷ ୧ହଜାର ୪୨୬ ଘନଫୁଟ ଜଳ ପ୍ରଵାହିତ ହେଉଛି । ରାତି ୧୦ଟାରୁ ସ୍ଥିର ରହିଛି ଜଳସ୍ତର । ସେହିପରି ଆଜିଵି ମୁଣ୍ଡଳୀ ନିକଟରେ ମହାନଦୀ ଵିପଦ ସଙ୍କେତ ଉପରେ ରହିଛି । ମୁଣ୍ଡଳୀରେ ଵିପଦ ସଙ୍କେତ ୯୭ଫୁଟ ରହିଥିବା ବେଳେ ଜଳସ୍ଥର ରହିଛି ୯୭.୮୦ ଫୁଟରେ ପ୍ରବାହିତ ହେଉଛି । ମୁଣ୍ଡୁଳୀରେ ମହାନଦୀର ବିପଦ ସଙ୍କେତ ୯୭ ଫୁଟ୍ ଥିବା ବେଳେ ବର୍ତ୍ତମାନ ୯୭.୮୦ ଫୁଟ୍ ରହିଛି ଜଳସ୍ତର।   ସେପଟେ ନରାଜରେ ବିପଦ ସଙ୍କେତ ୨୬.୪୧ମିଟର ଥିବା ବେଳେ ୨୬.୫୫ ମିଟରରେ ଜଳ ପ୍ରବାହିତ ହେଉଛି। କଟକ ନରାଜ ନିକଟରେ ସକାଳ ୬ଟା ସୁଦ୍ଧା ୫ ଲକ୍ଷ ୯୨ ହଜାର ୭ଶହ ୯୩ ଘନ ଫୁଟ ଜଳ ପ୍ରବାହିତ ହେଉଛି। ସେହିଭଳି ନରାଜ ଉପର ମୁଣ୍ଡର ଜଳସ୍ତର ୨୬.୫୫ ମିଟର ଥିବାବେଳେ ତଳମୁଣ୍ଡର ଜଳସ୍ତର ୨୫.୦୫ ମିଟର ରହିଛି। ନରାଜରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ। କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପାସ୍ କରୁଥିବାରୁ ଆଗାମୀ ୨-୩ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ଏହାରି ଭିତରେ ତେଲ୍ ନଦୀରେ ପାଣି କମିବା ଓ ବର୍ଷା ପରିମାଣ କମିଥିବାରୁ ହୀରାକୁଦ ଡ୍ୟାମ୍‌ର ମୋଟ୍ ୪୦ଟି ଗେଟ୍ ଖୋଲା ଯାଇଛି। ସେପଟେ ବନ୍ୟା ପାଇଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି।   ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ଆବଶ୍ୟକ ରିଲିଫ୍ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ କୁହାଯାଇଛି। ପ୍ରଭାବିତ  ଜିଲ୍ଲାରେ ୯ଟି NDRF, ୯ଟି  ଓଡ୍ରାଫ୍ ଓ ୪୪ଟି ଅଗ୍ନଶମ ଟିମ୍ ମୁତୟନ କରାଯାଇଛି। ଜଗତସିଂହପୁର ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକ୍‌ର ୩୨ଟି ସ୍କୁଲ୍ ୨ ଦିନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।

Leave A Reply

Your email address will not be published.