Jai Odisha
News

ମହାନଦୀ ଜଳ ବିବାଦ,ଅଗଷ୍ଟ ୨୭ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର ୧୬/୦୭:ମହାନଦୀ ଜଳ ପ୍ରବାହ ସମ୍ପର୍କିତ କୌଣସି ତଥ୍ୟ ନୀତି ଆୟୋଗ ନିକଟରେ ଉପଲବ୍ଧ ନାହିଁ। ଟ୍ରାଇବୁନାଲଙ୍କୁ ଆୟୋଗଙ୍କ ତରଫରୁ ଏହା ଜଣାଇ ଦିଆଯାଇଛି। ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଭର୍ଚୁଆଲରେ ମାଧ୍ୟମରେ ଶୁଣାଣି କରିଛନ୍ତି। ଟ୍ରିବ୍ୟୁନାଲ ଓଡ଼ିଶା ଏବଂ ଛତିଶଗଡ଼ ଦାଖଲ କରିଥିବା ସାକ୍ଷୀମାନଙ୍କ ସତ୍ୟପାଠକୁ ଲିପିବଦ୍ଧ କରିଛନ୍ତି।ଏଥି ସହିିତ କେନ୍ଦ୍ରୀୟ ସଂସ୍ଥାକୁ ବାକି ଥିବା ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ। ତଥ୍ୟ ଦାଖଲ ହେବା ପରେ ୨୭ ଅଗଷ୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ  ଦେଇଛନ୍ତି ଟ୍ରିବ୍ୟୁନାଲ।  ଜଷ୍ଟିସ୍‌ ଏମଏମ୍‌ ଖାନୱାଲିକରଙ୍କ ଦ୍ୱାରା ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୮ ମାର୍ଚ୍ଚ ୧୨ରେ ଏହି ଟ୍ରିବ୍ୟୁନାଲ ଗଠିତ ହୋଇଥିଲା । ୪ ବର୍ଷ ମଧ୍ୟରେ ଅନେକ ଥର ଶୁଣାଣି ସତ୍ତେ୍ୱ କୌଣସି ନିଷ୍ପତ୍ତି ହୋଇପାରିନି । ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ଅନେକ ଛୋଟ ବନ୍ଧ ଓ ବ୍ୟାରେଜ ନିର୍ମାଣ କରିଥିବାରୁ ଓଡ଼ିଶାକୁ ଜଳପ୍ରବାହ ହ୍ରାସ ପାଇଛି । ଅଣମୌସୁମୀ ସମୟରେ ଓଡ଼ିଶାରେ ନଦୀ ଶୁଖିଲା ପଡୁଛି । ଏହା ଉପରେ ରହିତାଦେଶ ପାଇଁ ଓ ଛତିଶଗଡ଼ ଆବଶ୍ୟକ ଜଳ ଛାଡିବାକୁ ଓଡ଼ିଶା ପକ୍ଷରୁ ଦାବି କରାଯାଉଛି ।

Leave A Reply

Your email address will not be published.