Jai Odisha
News

ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ରାଜଧାନୀରେ ଅପମାନ

ରାଜଧାନୀରେ ମହାପୁରୁଷଙ୍କୁ ଅପମାନ

ଭୁବନେଶ୍ୱର : ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଅପମାନ. ରାଜଧାନୀ ଭୁବନେଶ୍ୱରର କଳ୍ପନା ଛକରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୂର୍ତ୍ତିକୁ ପରିତ୍ୟକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଛି. ଏ ନେଇ ଇଣ୍ଟରନେସନାଲ ହ୍ୟୁମାନ ରାଇଟସ କମିଶନ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି. କେବଳ ସ୍ୱାଧୀନତା ଦିବସ, ସାଧାରଣ ତନ୍ତ୍ର ଦିବସ, ନେତାଜୀ ଜନ୍ମଦିନ ଆସିଲେ ତାଙ୍କ କଥା ମନେ ପଡୁଛି. ମାତ୍ର ତାଙ୍କର ମୂର୍ତ୍ତି ଏହି ଭଳି ଅବସ୍ଥାରେ ପଡିଛି ସେହି ପଥ ଦେଇ ହଜାର ହଜାର ସଂଖ୍ୟାରେ ଲୋକେ ଯିବା ଆସିବା କରୁଥିଲେ ମଧ୍ୟ କେହି କିଛି କହୁନାହାନ୍ତି. ଗୋଟିଏ ପଟେ ରାଜ୍ୟ ସରକାର ମହାପୁରୁଷଙ୍କୁ ନେଇ ଅନେକ କଥା କହୁଥିବା ବେଳେ ସେମାନଙ୍କ ମୂର୍ତ୍ତି ଏହି ଭଳି ଅବସ୍ଥାରେ ଅତ୍ୟନ୍ତ ନିନ୍ଦନୀୟ. ଖୁବ ଶୀଘ୍ର ପ୍ରଶାସନିକ ଅଧିକାରୀ ଏ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି.

 

Leave A Reply

Your email address will not be published.