Jai Odisha
News

ମହାପ୍ରଭୁଙ୍କ ଦର୍ଶନ କଲେ ନବ ବିବାହିତ ଦିବ୍ୟଶଙ୍କର ଓ ପ୍ରିୟଙ୍କା

ପୁରୀ ,୨୭।୨: କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଅଗସ୍ତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରବିବାର ହିନ୍ଦୁ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ବିବାହରେ କେବଳ ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ। ତେବେ ବିବାହ ପରେ ସୋମବାର ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଥିବା ସୂଚନା ମିଳିଛି।ଆଜି ଜଗା ଦର୍ଶନ । ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ  ତାଙ୍କ ପତ୍ନୀ ପ୍ରିୟଙ୍କା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଗତକାଲି ଦିବ୍ୟଶଙ୍କର ଓ ପ୍ରିୟଙ୍କା ପିପିଲିର ଏକ ରିସୋର୍ଟରେ ବିବାହ କରିଥିଲେ । ଆଜି ନବ ଦମ୍ପତି ଶ୍ରୀମନ୍ଦିର ଆସି ବୈବାହିକ ଜୀବନ ସୁଖମୟ ଲାଗି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶିଷ କାମନା କରିଛନ୍ତି  l ସିଂହଦ୍ବାର ନିକଟରେ ସେବାୟତମାନେ ନବ ଦମ୍ପତିଙ୍କୁ ସ୍ବାଗତ କରି ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।

Leave A Reply

Your email address will not be published.