Jai Odisha
News

‘ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି ଡିଜିପି’ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୫।୨:ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଗଲା। ଅଥଚ କାହିଁକି ହତ୍ୟାକଲା ହତ୍ୟାକାରୀ ଏଯାଏ କାହା ପାଖରେ ସୁରାଗ୍ ନାହିଁ କି କାରଣ ବି ଜଣାନାହିଁ। ପୋଲିସ ଡିଜି ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି। କମିଶନ ଆକ୍ଟରେ ନ୍ୟାୟାଧିଶ ନିଯୁକ୍ତି କରାଯାଇନି। କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ବିଶ୍ୱସନୀୟତା ନାହିଁ ବୋଲି  ଧର୍ମେନ୍ଦ୍ର କହିଛନ୍ତି।ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିଲେ ଟାର୍ଗେଟ । କହିଲେ ଗୃହମନ୍ତ୍ରୀଙ୍କ ପରି ଚୁପ ରହିଛନ୍ତି କାହିିଁକି? ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ବ୍ୟବସ୍ଥାରେ ରହିଛି ବୋଲି କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ସରକାରଙ୍କ କିଏ ଚଳାଉଛନ୍ତି ଏହାକୁ ନେଇ କଡା ସମାଲୋଚନା କରିଛନ୍ତି । ଏହା ସହିତ ମନ୍ତ୍ରୀ ନବଦାସ ହତ୍ୟା ମାମଲାରେ କ୍ରାଇମ ବ୍ରାଞ୍ଚ ଯେଉଁଭଳି ତଦନ୍ତ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ମନ୍ତ୍ରୀଙ୍କ ହତ୍ୟାମାମଲାରେ ସିବିଆଇ ତଦନ୍ତ ପାଇଁ ବିଜେପି ଦାବୀ କରି ଆସୁଛି । ଡିଜିପି ଯେଉଁ ଗପ କହି ଖସି ଯିବାକୁ ବସିଛନ୍ତି ଏହାକୁ ନେଇ ମନ୍ତ୍ରୀ କଡା ସମାଲୋଚନା କରିଛନ୍ତି । ଏହା ସହିତ ଥରେ ନୁହେଁ ବାରମ୍ବାର ଏହି ଭଳି ଘଟଣା ଘଟୁଛି ଯାହା ସୂଚାଇ ଦେଉଛି ଯେ ରାଜ୍ୟରେ ଆଇନ ବ୍ୟବସ୍ଥା କେଉଁ ଦିଗକୁ ଗତି କରୁଛି ।  ରାଜ୍ୟରେ ତିନୋଟି ଘଟଣାର ଉଦାହରଣ ଦେଇ ଧର୍ମେନ୍ଦ୍ର କହିଛନ୍ତି, ବାଲେଶ୍ୱର ଜିଲ୍ଲାରେ ବାଲି ମାଫିଆ ଉପ ଜିଲ୍ଲାପାଳ ଓ ଟିମଙ୍କୁ ଆକ୍ରମଣ କଲେ। ଏଠି ଶାସନରେ ବସିଥିବା ବଡ଼ ପଣ୍ଡା ମାନେ କ’ଣ ଚାହୁଁଛନ୍ତି ଏବଂ ଏଠି କିଏ ଶାସନ ଚଳାଉଛି ବୋଲି  ଧର୍ମେନ୍ଦ୍ର ପ୍ରଶ୍ନ ଉଠାଇଛନ୍ତି। ସୁନ୍ଦରଗଡ ଜିଲ୍ଲାର ଆନନ୍ଦ ଟପୋଙ୍କୁ ହତ୍ୟା ହେଲା। ପୋଲିସ କିନ୍ତୁ ଆତ୍ମହତ୍ୟା ବୋଲି କହୁଛି। ସେହିପରି ପୋଲିସ କେସ୍ ରଖିଲାନି ବୋଲି ଦୁଇ ଦିନ ପୂର୍ବେ ଜଣେ ଝିଅ ଶାସକ ଦଳର ଜଣେ ବିଧାୟକଙ୍କ ବିରୋଧରେ ହାଇକୋର୍ଟ ବି ଯାଇଛନ୍ତି। ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ରହିଛନ୍ତି, ସଚେତନ ହୋଇ ଦାୟିତ୍ୱ ନିଅନ୍ତୁ। ଦାୟିତ୍ୱ ମିଳିଛି ମାନେ ଜାଗିର ମିଳିନି ଯେ, ଯାହା ଚାହିଁବେ ସେଇଆ କରିବେ କହି ବର୍ଷିଛନ୍ତି ଧର୍ମେନ୍ଦ୍ର।

Leave A Reply

Your email address will not be published.