Jai Odisha
News

ମହାରାଷ୍ଟ୍ର ବିଧାନସଭାରୁ ୧୨ ବିଜେପି ବିଧାୟକ ନିଲମ୍ବିତ ମାମଲା:ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮/୦୧:ମହାରାଷ୍ଟ୍ର ବିଧାନସଭାରୁ ୧୨ ଜଣ ବିଧାୟକଙ୍କୁ ଏକ ବର୍ଷ ପାଇଁ ନିଲମ୍ବନ ଆଦେଶକୁ ଅସାମ୍ବିଧାନିକ, ବେଆଇନ ଏବଂ ମନମୁଖୀ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ନିଲମ୍ବନ ଏକରୁ ଅଧିକ ଅଧିବେଶନ ପାଇଁ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।ମହାରାଷ୍ଟ୍ରର ଆଶିଷ ଶେଲାର ଏବଂ ଅନ୍ୟ ବିଜେପି ବିଧାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଜଷ୍ଟିସ ଏମ ଖାନୱିଲକରଙ୍କ ନେତୃତ୍ୱରେ ଏକ ବେଞ୍ଚ ଦର୍ଶାଇଛି ଯେ ମହାରାଷ୍ଟ୍ର ବିଧାନସଭାର ୧୨ ଜଣ ବିଧାୟକଙ୍କୁ ୨୦୨୧ ମସିହା ଜୁଲାଇ ୫ ରେ ସ୍ଥଗିତ ରଖିବା ନିଷ୍ପତ୍ତି ବେଆଇନ ଅଟେ। ବାଚସ୍ପତିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ନିଲମ୍ବିତ ହୋଇଥିଲେ ବିଧାୟକ । ନିଲମ୍ବିତ ୧୨ ‘ବିଜେପି’ ବିଧାୟକମାନେ ହେଉଛନ୍ତି ସଞ୍ଜୟ କୁଟେ, ଆଶିଷ ଶେଲାର୍‌, ଅଭିମନ୍ୟୁ ପାୱର, ଗିରୀଶ ମହାଜନ, ଅତୁଳ ଭଟକଲକାର, ପରାଗ ଅଲୱନି, ହରିଶ ପିମ୍ପାଲେ, ରାମ ଶତପୁତେ, ବିଜୟ କୁମାର ରାୱଲ୍‌, ଯୋଗେଶ ସାଗର, ନାରାୟଣ କୁଚେ ଏବଂ କୀର୍ତ୍ତି କୁମାର ବଙ୍ଗଡିଆ। ତେଣୁ ବେଞ୍ଚ ଏହାକୁ ପ୍ରଭାବହୀନ ଘୋଷଣା କରିଛି। ଜାନୁଆରୀ ୧୯ ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟରେ ସଂରକ୍ଷିତ ରଖିଥିଲେ। ବିଧାୟକଙ୍କ ତରଫରୁ ମହାରାଷ୍ଟ୍ର ସରକାରଙ୍କ ପାଇଁ ବରିଷ୍ଠ ଆଡଭୋକେଟ୍ ମୁକୁଲ ରୋହତଗି, ଏନ.କେ କୌଲ ଏବଂ ବରିଷ୍ଠ ଆଡଭୋକେଟ ସିଏ. ସୁନ୍ଦରାମଙ୍କ ଯୁକ୍ତି ଶୁଣାଣି କରିଛି।

Leave A Reply

Your email address will not be published.