Jai Odisha
News

ମହାଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜ ମନ୍ଦିରେ ସ୍ୱତନ୍ତ୍ର ନିତିକାନ୍ତି

ଭୁବନେଶ୍ୱର,୨୮।୦୨:   ମହାଶିବରାତ୍ରୀ ପାଇଁ  ଚଳଚଞ୍ଚଳ ଶୈବ ପୀଠ । ପ୍ରତିବର୍ଷ ଭଳି ଏବର୍ଷ ବି ଲିଙ୍ଗରାଜ ମନ୍ଦିରେ ମହାଶିବରାତ୍ରୀ ଉପଲକ୍ଷେ ବାବାଙ୍କ ସ୍ୱତନ୍ତ୍ର ନିତିକାନ୍ତି ହେବାକୁ ଯାଉଛି ଯାହାକୁ ନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବୈଠକ ଶେଷ ହୋଇଛି । ନୀତିକାନ୍ତିର ତାଲିକା ମଧ୍ୟ ଚୂଡାନ୍ତ କରାଯାଇଛି । ଆସନ୍ତାକାଲି ଭୋର ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ । ୩.୩୦ ଠାରୁ ୫ ଟା ଯାଏଁ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ତେବେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.