Jai Odisha
News

ମହିଳାଙ୍କ ଉପରେ ଚଢ଼ିଗଲା ଘରୋଇ ବସ

ଭୁବନେଶ୍ୱର,୩।୧: ନାଲକୋ ଛକରେ ସଡ଼କ ଦୁର୍ଘଟଣା । ମହିଳାଙ୍କ ଉପରେ ଚଢ଼ିଗଲା  ଘରୋଇ ବସ ।  ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା ।  ଭୁବନେଶ୍ୱର ନାଲକୋ ଛକରେ ଏକ ସଡକ ଦୁର୍ଘଟଣା ହୋଇଛି । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଆଜି ଅଙ୍ଗନୱାଡିକର୍ମୀଙ୍କ ରାଲି ଚାଲିଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜାମ୍ ହୋଇଥିଲା । ଫଳରେ ଗାଡି ଯାତାୟତରେ ଅସୁବିଧା ହେବା ସହ ଟ୍ରାଫିକ୍ ମଧ୍ୟ ଜାମ୍ ହୋଇଥିବା ସୂଚନା ମିଳିଛି । ତେବେ ଏହି ସମୟରେ ନାଲକୋ ଛକରେ ଏକ ବସ୍ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁବରଣ କରିଥିବା ମହିଳା ଜଣଙ୍କ ପରିଚୟ ମିଲିପାରି ନଥିବା ବେଳେ ସେ କେଉଁଠାକୁ ଯାଉଥିଲେ ତାହା ମଧ୍ୟ ଜଣାପଡି ନାହିଁ । ଦୁର୍ଘଟଣା ପରେ ନାଲକୋଛକରେ ଟ୍ରାଫିକ ଜାମ୍ ହୋଇଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରାଫିକ କ୍ଲିୟର କରିବାକୁ ପ୍ରୟାସ କରୁଥିବା ଜଣା ପଡିଛି ।

Leave A Reply

Your email address will not be published.