Jai Odisha
News

ମାଓବାଦୀ ଏବଂ ସୁରକ୍ଷାକର୍ମିଙ୍କ ମଧ୍ୟରେ ଗୁଳି , ୩ ସୁରକ୍ଷାକର୍ମୀ ଶହୀଦ୍‌‌

ଛତିଶଗଡ଼,୨୫।୨: ଶନିବାର ଛତିଶଗଡ଼ରେ ମାଓବାଦୀଙ୍କ ସହିତ ଗୁଳି ବିନିମୟରେ ୩ ଡିଆରଜି ଅଧିକାରୀ ସହିଦ ହୋଇଛନ୍ତି । ମାଓବାଦୀ ଏବଂ ସୁରକ୍ଷାକର୍ମିଙ୍କ ମଧ୍ୟରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ସର୍ଚ୍ଚ ଅପରେସନ୍ ସମୟରେ ନକ୍ସଲମାନେ ଏବଂ ସୁରକ୍ଷା ବାହିନୀ କର୍ମଚାରୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ତିନି ଜଣ ଯବାନ ଶହୀଦ୍‌‌ ହୋଇଛନ୍ତି । ସୂଚନା ଅନୁଯାୟୀ ସୁକୁମା ଜିଲା ଜଗୁରକଣ୍ଡ ଥାନା  ଅନ୍ତର୍ଗତ କୁଣ୍ଡେଡ ଜଙ୍ଗଲରେ ମାଓବାଦୀଙ୍କ ଏକ ଶିବିର ଥିବା ଖବର ପାଇ ଡି ଆର୍ ଜି ଯବାନ ମାନେ କୁମ୍ବିଂ ଅପରେଶନରେ ଯିବା ସମୟରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ମାଓବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ଶହୀଦ୍‌‌ ହୋଇଥିଲେ। ସେମାନେ ହେଲେ  ଏ ଏସ ଆଇ ରାମୁ ରାମ ନାଗ , ହାବିଲଦାର ଗଞ୍ଜାମ ଭିମା ଓ କୁଞ୍ଜମ୍ ଯୋଗା ଶହୀଦ୍‌‌ ହୋଇଛନ୍ତି । ଏହି ଘଟଣା ପରେ ବି ଏସ ଏଫ୍ ଓ ପୁଲିସର ଏକ ସ୍ବତନ୍ତ୍ର ଦଳ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ଘଟଣାସ୍ଥଳରୁ ପୁଲିସ ୨ ଟି ଏକେ ୪୭ ରାଇଫୋଲ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ।

 

Leave A Reply

Your email address will not be published.