Jai Odisha
News

ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ଲ୍ୟାଣ୍ଡମାଇନ ବିସ୍ପୋରଣ

କନ୍ଧମାଳ, ୦୯।୦୨:   ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ମାଓ ହିଂସା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜି କନ୍ଧମାଳରେ ଘଟିଛି ବଡ଼ ଧରଣର ମାଓ ହିଂସା ।ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି | କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ କିଆମୁଣ୍ଡା ଗ୍ରାମ ନିକଟରେ ଏହି ବିସ୍ପୋରଣ ଘଟିଛି | କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ, କିଆମୁଣ୍ଡା ଗ୍ରାମ ନିକଟରେ ଏକ ରାସ୍ତା କାମକୁ ବିରୋଧ କରି ଗ୍ରାମର ଚାରିଆଡେ ମାଓ ପୋଷ୍ଟର ଲଗାଇଥିଲେ ।  ଏଠାରେ ରାସ୍ତା କାମରେ ନିୟୋଜିତ କର୍ମୀ ଓ ପୋଲିସ୍ କର୍ମଚାରୀଙ୍କୁ ଟାର୍ଗେଟ କରି ଲାଣ୍ଡମାଇନ୍ ମଧ୍ୟ ଖଞ୍ଜା ଯାଇଥିଲା ମାତ୍ର ଆଜି ସେହି ପୋଷ୍ଟର ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣ ଫଳରେ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ମଧ୍ୟ ହୋଇଛି ଯାହାକୁ ନେଇ ଏବେ ପୁରା ଗାଁରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.