Jai Odisha
News

ମାଘ ସପ୍ତମୀ ପାଇଁ ଚନ୍ଦ୍ରଭାଗାରେ ଜାରି ହେବ ୧୪୪ ଧାରା

କୋଣାର୍କ, ୨୮/୦୧ : ଏବର୍ଷ  କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରିଦିଆଯାଇଛି। ଆସନ୍ତା ୬ ଓ ୭ ତାରିଖରେ କୋଭିଡ କଟକଣା ମଧ୍ୟରେ ଚନ୍ଦ୍ରଭାଗା ଠାରେ ମାଘମେଳା ଅନୁଷ୍ଠିତ ହେବ। ଏଥିପାଇଁ କୋଣାର୍କ ଯାତ୍ରୀନିବାସ ଠାରେ ପ୍ରସ୍ତୁତି ବୈଠକ ହୋଇଛି।ଆଗାମୀ ଫେବ୍ରୁଆରି ୭ ତାରିଖରେ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ଅବସରରେ ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ଲାଗି ବାରଣ କରାଯାଇଛି। ଏଥର ଚନ୍ଦ୍ରଭାଗାରେ ମାଘବୁଡ଼ ମନା। ଚନ୍ଦ୍ରଭାଗାରେ ଜାରି ହେବ ୧୪୪ ଧାରା।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରଯିବ । ଆସନ୍ତା ୬ ତାରିଖ ଠାରୁ ୭ ତାରିଖ ଦିନ ଏକଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ବଳବତର ରହିବ। ଏହି ସମୟ ମଧ୍ୟରେ ଚନ୍ଦ୍ରଭାଗାରେ ସର୍ବସାଧାରଣ ବୁଡ଼ ପକାଇବାକୁ ବାରଣ କରାଯିବ। ଏହା ସହ ପହିଲି ସୂର୍ଯ୍ୟ ଦର୍ଶନ ବାରଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି l ସର୍ବାଧିକ ପାଞ୍ଚ ଶହ ବ୍ୟକ୍ତିଙ୍କ ଉପସ୍ଥିତିରେ ତିନି ଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ସହ ଚନ୍ଦ୍ରଭାଗା ବୁଡ଼ ସମ୍ପର୍ଣ୍ଣ ହେବ । ସଂପୃକ୍ତ ସେବାୟତ, ଜିଲ୍ଲା ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିବେ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୋଲିସ ଫୋର୍ସ, ୪ ଜଣ ଆଇଆଇସି, ଜଣେ ଡିଏସପିଙ୍କ ସହ ପୁରୀ ଆରକ୍ଷୀ ଅଧିକାରୀ ଉପସ୍ଥିତ ରହିବେ। ମାଘ ବୁଡ଼ ପୂର୍ବରୁ ପବିତ୍ର ପୁଷ୍କରିଣୀକୁ ଖନନ କରିବା ସହିତ ସମସ୍ତ  ପ୍ରସ୍ତୁତି  କାର୍ଯ୍ୟ ସାରିବାକୁ ଜିଲ୍ଲାପାଳ ପ୍ରଶାସନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

Leave A Reply

Your email address will not be published.