Jai Odisha
News

ମା’ଙ୍କ ଠାରୁ ଶିଖ ଟାଇମ୍ ମ୍ୟାନେଜମେଣ୍ଟ :ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୧ : ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁକ୍ରବାର ଦିଲ୍ଳୀର ତାଲକଟୋରା ଷ୍ଟାଡିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ପ୍ରତ୍ୟକ୍ଷ/ପରୋକ୍ଷ ଭାବେ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ହାର୍ଡ ୱାର୍କ’ ଏବଂ ‘ସ୍ମାର୍ଟ ୱାର୍କ’ ଭିତରୁ କେଉଁଟି ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ ଆଲୋଚନା ସମୟରେ ଜଣେ ଛାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିବାରୁ ସ‌େ କହିଲେ ଯେ, ଉଭୟରେ ଥିବା ଫରକ ବୁଝି ଆବଶ୍ୟକ ଫଳାଫଳ ହାସଲ ପାଇଁ ଉଦ୍ୟମ କରିବା ଉଚିତ। ଆଜି ତାଙ୍କର ବାର୍ଷିକ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ରେ      ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଶିକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷକମାନଙ୍କ ସହିତ ଭାବବିନିମୟ କରିବା ବେଳେ ନମ୍ବର ପାଇଁ ପିଲାମାନଙ୍କ ଉପରେ ଅଯଥା ଚାପ ନ ପକାଇବାକୁ ପିତାମାତାଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପିଲାମାନଙ୍କୁ ଚାପଗ୍ରସ୍ତ ନ କରିବାକୁ ମୁଁ ପିତାମାତାଙ୍କୁ ଅନୁରୋଧ କରୁଛି। କିନ୍ତୁ, ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ସାମର୍ଥ୍ୟକୁ ହେୟଜ୍ଞାନ ନ କରିବା ଉଚିତ। ପିଲାମାନଙ୍କଠାରୁ ଅନେକ ଆଶା କରିବା ପରିବାର ଲୋକଙ୍କ ପକ୍ଷେ ସ୍ବାଭାବିକ। ଏଥିରେ କିଛି ଭୁଲ୍‌ ନହିଁ। କିନ୍ତୁ, ପରିବାର ଲୋକେ ଯଦି ସାମାଜିକ ପ୍ରତିପତ୍ତି ନିମନ୍ତେ ଏଭଳି ଆଶା କରୁଥାଆନ୍ତି, ତେବେ ତାହା ଚିନ୍ତାର କାରଣ ପାଲଟିଯାଏ।ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଟିପ୍ସ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପରିବାର ସଦସ୍ୟଙ୍କର ପିଲାଙ୍କ ପ୍ରତି ଆଶା ରହିବା ସ୍ୱଭାବିକ। ମାତ୍ର ସମାଜରେ କେବଳ ଏହାର ସ୍ଥିତି ବଜାୟ ରଖିବା ପାଇଁ ଏପରି କରିବା ଅନେକ ସମୟରେ କ୍ଷତିକାରକ ହୋଇଥାଏ। ପରୀକ୍ଷା ପେ ଚର୍ଚ୍ଚା ମୋର ମଧ୍ୟ ପରୀକ୍ଷା। ଦେଶର କୋଟି କୋଟି ବିଦ୍ୟାର୍ଥୀ ମୋର ପରୀକ୍ଷା ନେଉଛନ୍ତି। ମୋତେ ଏହି ପରୀକ୍ଷା ଦେବାକୁ ଆନନ୍ଦ ମଧ୍ୟ ଲାଗୁଛି।

 

Leave A Reply

Your email address will not be published.