Jai Odisha
News

ମାଟ୍ରିକ ପରୀକ୍ଷା ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପ୍ରସ୍ତୁତି

ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି

କଟକ : ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ରାଜ୍ୟରେ ମାଟ୍ରିକ ପରୀକ୍ଷା। ଏ ନେଇ ପ୍ରସ୍ତୁତ ହେଲାଣି ବିଭାଗ। ଏଥର ଶତ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବିଭାଗ ନେଇଛି ପଦକ୍ଷେପ। ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ଯାଏ ଚାଲିବ ପରୀକ୍ଷା। ଅନୁପସ୍ଥିତ ପିଲାମାନଙ୍କ ଅଭିଭାବକଙ୍କୁ ବୁଝାଇବେ ଶିକ୍ଷକ। ଅର୍ଥାତ ଏଥର ଡ୍ରପ ଆଉଟ ରୋକିବାକୁ ଏମିତି ଏକ ପ୍ରୟାସ କରାଯାଉଛି। ପରୀକ୍ଷା କେନ୍ଦ୍ର ଖୋଲିବା ସମୟ ନେଇ ମଧ୍ୟ ପିଲାମନଙ୍କୁ ଅବଗତ କରାଯାଇଛି। ସକାଳ ୭ଟା ୩୦ ମିନିଟରେ ପରୀକ୍ଷା କେନ୍ଦ୍ର ଖୋଲିବ। ୮ଟା ୩୦ ମିନିଟରେ ଓଏମଆର ସିଟ ଏବଂ ୮ଟା ୪୫ରେ ପ୍ରଶ୍ନ ପତ୍ର ଦିଆଯିବ। ସକାଳ ୧୦ରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଉତ୍ତର ଖାତା ଲେଖିବେ ପରୀକ୍ଷାର୍ଥୀ। ସେପଟେ ଏହି ସମୟ ବ୍ୟବଧାନ ଦିବ୍ୟଙ୍ଗ ପିଲାମନଙ୍କ ପାଇଁ କୋହଳ କରାଯିବ ।

Leave A Reply

Your email address will not be published.