Jai Odisha
News

ମାରିୟୁପୋଲରେ ରୁଷିଆ ସେନାର ଏୟାର ଷ୍ଟ୍ରାଇକ୍

ନୂଆଦିଲ୍ଲୀ ୧୯/୦୩ : ମାରିୟୁପୋଲରେ ରୁଷିଆ ସେନାର ଏୟାର ଷ୍ଟ୍ରାଇକ୍ରୁ|ଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ଶନିବାର ୨୪ ଦିନରେ ପହଞ୍ଚିଛି ।   ରୁଷିଆର ସେନା ଲଗାତାର ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ଆକ୍ରମଣ କରୁଛି ।  ୟୁକ୍ରେନ୍‌ର ରାଜଧାନୀ କିଭ୍ ଠାରୁ ପୂର୍ବାଞ୍ଚଳରେ ଥିବା ଖାରକିଭ୍ ପର୍ଯ୍ୟନ୍ତ ରୁଷିଆର ସେନା ବୋମାମାଡ଼ ଜାରି ରଖିଛନ୍ତି । ମାରିୟୁପୋଲ ଓ ସୁମିରେ ମଧ୍ୟ ବୋମାର ଶବ୍ଦ କମି ନାହିଁ । ଅପରପକ୍ଷେ ଯୁଦ୍ଧ ଜାରି ଥିବା ବେଳେ ମାରିୟୁପୋଲରୁ ୪୯୭୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ୧୧୨୪ ଜଣ ଶିଶୁ ଅଛନ୍ତି । ସୁମୀ ଅଞ୍ଚଳରୁ ୪୧୭୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଜି ରୁଷିଆର ସେନା ମାରିୟୁପୋଲର କେନ୍ଦ୍ରସ୍ଥଳୀରେ ଥିବା ଏକ ସିନେମା ହଲରେ ଆକାଶମାର୍ଗରୁ ଆକ୍ରମଣ କରିଛି । ଏହି ସିନେମା ହଲରେ ଶତାଧିକ ଲୋକ ଆଶ୍ରୟ ନେଇଥିଲେ । ଆକ୍ରମଣ ପରେ ଏପର୍ଯ୍ୟନ୍ତ ୧୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି ଯେ, ଶତାଧିକ ଲୋକ ଏବେ ବି ଥିଏଟର ଭିତରେ ଚାପି ହୋଇଯାଇଛନ୍ତି ।

 

Leave A Reply

Your email address will not be published.