Jai Odisha
News

ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ୍‌ ,ସର୍ବସାଧାରଣସ୍ଥଳରେ ହୋଲି ଖେଳିବା ଉପରେ କଟକଣା ଜାରି

ଭୁବନେଶ୍ୱର,୨୮।୦୨: ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍‌ ଜାରି କରିଛନ୍ତି। ମାର୍ଚ୍ଚ ମାସରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ଓ ହୋଲି ନେଇ ସରକାର ପରାମର୍ଶ ଜାରି କରିଛନ୍ତି। ଗତବର୍ଷ ଭଳି ଚଳିତ ଥର ମଧ୍ୟ ସର୍ବସାଧାରଣସ୍ଥଳରେ ଲୋକେ ହୋଲି ଖେଳିପାରିବେ ନାହିଁ। ସରକାର ସର୍ବସାଧାରଣସ୍ଥଳରେ ହୋଲି ଖେଳିବା ଉପରେ କଟକଣା ଜାରି କରିଛନ୍ତି। ଲୋକେ ନିଜ ପରିବାର ଲୋକଙ୍କ ସହିତ ଘର ଭିତରେ ହୋଲି ଖେଳିପାରିବେ। ସେହିପରି ସାଧାରଣ ଲୋକ ଯାତାୟତ କରୁଥିବା ରାସ୍ତାରେ ମଧ୍ୟ ରଂଗ ଖେଳିପାରିବେ ନାହିଁ। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର କଟକଣା ଲଗାଇ ପାରିବେ। ମାର୍ଚ୍ଚ ମାସ ପାଇଁ ଜାରି ହେଲା କୋଭିଡ ମାର୍ଗଦର୍ଶିକା ।  ଏହାଛଡ଼ା ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶ, ମେଳା, ପ୍ରଦର୍ଶନୀ, ବାଣିଜ୍ୟ, ମେଳାକୁ ଅନୁମତି ରହିଛି । ସେହିଭଳି ବିବାହ, ବ୍ରତଘରରେ ସର୍ବାଧିକ ୫ ଶହ ଜଣ ଯୋଗ ଦେଇପାରିବେ ଏବଂ ଅନ୍ତେଷ୍ଟିକ୍ରିୟା, ଶେଷକୃତ୍ୟରେ ୨୫୦ ଜଣଙ୍କୁ ମିଳିବ ଅନୁମତି । ତେବେ ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ନେବାକୁ ପଡ଼ିବ ଅନୁମତି ।ରାଜ୍ୟ ସରକାରଙ୍କର ଗାଇଡଲାଇନ୍‌ ଅନୁସାରେ ୨୦୨୨ ମାର୍ଚ୍ଚ ୧ ତାରିଖ ସକାଳ ୫ଟାରୁ ୩୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ କଟକଣା ଉଠାଇ ଦିଆଯାଇଛି। କିନ୍ତୁ ଅନ୍‌ଲକ୍‌ ସମୟରେ ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ କଟକଣା ସହିତ କରାଯିବ। ସାମାଜିକ, ଧାର୍ମିକ, ରାଜନୈତିକ ଓ କ୍ରୀଡ଼ା ସମାବେଶରେ କରୋନା କଟକଣା ନିୟମ ମାନିବାକୁ ହେବ।

Leave A Reply

Your email address will not be published.