Jai Odisha
News

ମାର୍ଚ୍ଚ ୧ରୁ ହେବ ବିଜ୍ଞାନ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର,୩୧।୧୨: ମାର୍ଚ୍ଚ ୧ରୁ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧ ତାରିଖ ଠାରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ହେବ। କଳା ଓ ବାଣିଜ୍ୟ ବିଷୟରେ ୨ ତାରିଖରେ ହେବାକୁ ଥିବା ବେଳେ ମାର୍ଚ୍ଚ ୩ ତାରିଖରୁ ଧନ୍ଦାମୂଳକ ବିଷୟରେ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ।  ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରି ୧ ତାରିଖ ଠାରୁ ଆରମ୍ଭ ହୋଇ ୧୦ ତାରିଖ ମଧ୍ୟରେ ଶେଷ ହେବ। ମାର୍ଚ୍ଚ ୧ ରୁ ବିଜ୍ଞାନ, ୨ରୁ କଳା ଏବଂ ୩ ରନ୍ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତେବେ କୋଭିଡ ଗାଇଡଲାଇନ ଅନୁସାରେ ଏହି ପରୀକ୍ଷା ହେବ । ସମ୍ପୁର୍ଣ୍ଣ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ । ଏହା ସହିତ ଫେବୃୟାରୀ ୧ ରୁ ୧୦ ତାରିଖ ଭିତରେ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି

Leave A Reply

Your email address will not be published.