Jai Odisha
News

ମାର୍ଚ୍ଚ 4 ରୁ ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ ଟୁର୍ନାମେଣ୍ଟ

ପୁଣି ଥରେ ସନ୍ଦୀପ ମହାପାତ୍ର ମେମୋରିଆଲ ଟୁର୍ନାମେଣ୍ଟ

ଭୁବନେଶ୍ୱର : ଆସନ୍ତା ୪ ମାର୍ଚ୍ଚରୁ ମେଜର ସନ୍ଦୀପ ମହାପାତ୍ର ମୋମୋରିଆଲ ଟେନିସ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ପ୍ରାୟ ୧୫ ରୁ ୨୦ ଟି ରାଜ୍ୟରୁ ୧୨୮ ଖେଳାଳୀ ସାମିଲ ହେବେ। ଚାମ୍ପିଆନ ଖେଳାଳୀଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କା। ୪ ମାର୍ଚ୍ଚ ରୁ ୮ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗିତା। ମେଜର ସନ୍ଦୀପ ମହାପାତ୍ର ସେନାରେ ଥିବା ସମୟରେ ଟେନିସରେ ଅନେକ ଜାତୀୟ ସ୍ତରୀୟ ପଦକ ନିଜ ନାଁ ରେ କରିଛନ୍ତି। ୨୦୧୪ରୁ ଏହି ପ୍ରତିଯୋଗିତା ଆୟୋଜିତ ହେଇ ଆସୁଅଛି। ରାଜ୍ୟରେ ପ୍ରଥମ ଥର ପାଇଁ ଟେନିସ ପ୍ରତିଯୋଗିତାରେ ୨.୫ ଲକ୍ଷ ଟଙ୍କାର ପ୍ରତିଯୋଗିତା ରାଶି ରଖା ଯାଇଛି। ଚଳିତ ବର୍ଷ ଆୟୋଜିତ ଏହି ଟୁର୍ନାମେଣ୍ଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଟେନିସ ତାରକା ନଜର ଆସିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି.

Leave A Reply

Your email address will not be published.