Jai Odisha
News

ମାଲଦ୍ୱୀପରେ ଅଗ୍ନିକାଣ୍ଡ: ୯ ଭାରତୀୟ ଓ ଜଣେ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ

ମାଲେ,୧୦।୧୧: ମାଲଦ୍ୱୀପର ରାଜଧାନୀ ମାଲେରେ ଏକ ବିଲ୍ଡିଂରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ। ଏହି ବିଲ୍ଡିଂରେ ବିଦେଶୀ ଶ୍ରମିକ ଥିଲେ। ଏହି ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା କାର ରିପେୟାରିଂ ଗ୍ୟାରେଜ୍‌ରେ ନିଆଁ ଲାଗିଥିଲା। ଏହି ଘଟଣାରେ ୯ ଭାରତୀୟଙ୍କ ସହିତ ଜଣେ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଅଗ୍ନିକାଣ୍ଡରେ ଅନେକ ମଧ୍ୟ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ବିଲ୍ଡିଂରେ ନିଆଁ ଲାଗିବା ପରେ ଉପର ମହଲାରୁ ୧୦ଟି ମୃତଦେହ ଜବତ କରାଯାଇଛି। ଏହି ନିଆଁ ବିଲ୍ଡିର ଗ୍ରାଉଣ୍ଡ ଫ୍ଲୋରର କାର ରିପେୟାରିଂ ଗ୍ୟାରେଜରେ ଲାଗିଥିଲା। ଦମକଳ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଆମେ ୧୦ଟି ମୃତଦେହ ଜବତ କରିଛୁ। ନିଆଁକୁ ନିୟନ୍ତ୍ରଣରେ ଆଣିବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ମୃତକଙ୍କ ଭିତରେ ୯ ଜଣ ଭାରତୀୟ ଓ ଜଣେ ବାଂଲାଦେଶୀ ନାଗରିକ ରହିଛନ୍ତି। ମାଲଦ୍ୱୀପରେ ଥିବା ଭାରତୀୟ ଦୂତାବାସ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛି। ଦୂତାବାସର କହିବା ଅନୁସାରେ, ମାଲଦୀପ ସରକାରଙ୍କ ଯୋଗାଯୋଗରେ ରହିଛୁ। ଏହି ଘଟଣାରେ ମାଲଦ୍ୱୀପ ସରକାରଙ୍କ ଜଣେ ଶୀର୍ଷ ଅଧିକାରୀ କହିଛନ୍ତି, ପୋଲିସ ମୃତକଙ୍କ ଚିହ୍ନଟ କରୁଛି। ମାଲଦ୍ୱୀପର ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଟ୍ବିଟ୍‌ କରି କହିଛନ୍ତି,ମାଲେରେ ଲାଗିଥିବା ଏହି ନିଆଁରେ ପ୍ରଭାବିତଙ୍କ ପାଇଁ ଏକ ଷ୍ଟାଡିୟମ୍‌ରେ ଉଦ୍ଧାର କେନ୍ଦ୍ର ତିଆରି କରାଯାଇଛି। ପୀଡିତଙ୍କୁ ସାହାଯ୍ୟର ସବୁ ପ୍ରକାର ଚେଷ୍ଟା କରାଯାଉଛି।

Leave A Reply

Your email address will not be published.