Jai Odisha
News

ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଗଣ୍ଡଗୋଳ ,୨ ଯୁବକ ଗୁରୁତର

ଭୁବନେଶ୍ୱର ୦୧।୦୩ : ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ  ଗଣ୍ଡଗୋଳ ,୨ ଯୁବକ ଗୁରୁତର ।  କୌଣସି କାରଣକୁ ନେଇ ୨ ଯୁବକଙ୍କ ମଧ୍ୟରେ ମାର୍‌ପିଟ୍‌ । ଏଥିରେ ଉଭୟ ଯୁବକ ଗୁରୁତର ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୋମବାର ସନ୍ଧ୍ୟାରେ ଖାରବେଳ ନଗର ଥାନା ଅନ୍ତର୍ଗତ ଜୟ ପ୍ରକାଶ ନାରାୟଣ ପାର୍କ ମଧ୍ୟରେ ଦୁଇ ଜଣ ଯୁବକଙ୍କ ମଧ୍ୟରେ ରକ୍ତାକ୍ତ ଆକ୍ରମଣ ଓ ପ୍ରତି ଆକ୍ରମଣରେ ହୋଇଥିଲା । ଏଥିରେ ଦୁଇ ଜଣ ଯୁବକ  ଗୁରୁତର ହୋଇଥିଲେ । କିଛି ସମୟ ପରେ ସେଠାରୁ ଆସି ପୁଣି  “ମୋ  ବସ ” ଟର୍ମିନାଲ ମଧ୍ୟରେ  ମାର ପିଟ ହେବାକୁ ଉଦ୍ୟମ କରିଥିଲେ ।ତେବେ ସେମାନଙ୍କ ମଧ୍ୟରୁ ଜଣେ ଯୁବକକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.