Jai Odisha
News

ମା ତାରିଣୀ ନୋଡାଲ ବିଦ୍ୟାପୀଠର ନୂତନ ଗୃହ ଉଦଘାଟିତ

କଟକ,  ୧୦/୦୬ :- କଟକ ମହାନଗର ମଧ୍ୟରେ ବହୁ ପୁରାତନ ଏବଂ ଛାମୁଆ ବିଦ୍ୟାଳୟ ଭାବେ ଖ୍ୟାତି ଲାଭ କରିଥିବା ମା ତାରିଣୀ ନୋଡାଲ ବିଦ୍ୟାପୀଠର ନୂତନ ଗୃହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହେଇଯାଇଛି। ଏଠାରେ ଉଲ୍ଲେଖ କରୁକି କଟକର ଶହେ ପଇଁତିରିସଟି ସ୍କୁଲ ମଧ୍ୟରୁ ଉକ୍ତ ସ୍କୁଲକୁ ଅନ୍ୟତମ ସ୍କୁଲ ଭାବେ ଚୟନ କରି ଫାଇବ ଟି ଉପକ୍ରମରେ ସାମିଲ ପୂର୍ବକ ସରକାରୀ ସ୍ଥରରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବାର ପଥ ପରିଷ୍କାର ହେଇଯାଇଛି। ଏହା କେବଳ ସମ୍ଭବ ହେଇଛି, ସ୍କୁଲର କିଛି ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ଆପ୍ରାଣ ଉଦ୍ୟମ ଏବଂ ପରସ୍ପର ମଧ୍ୟରେ ସମନ୍ନୟ ଦ୍ଵାରା। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟବତୀ ସାହୁ ଅତ୍ୟନ୍ତ ସୁନ୍ଦର ଭାବରେ କାର୍ଯ୍ୟକ୍ରମକୁ ଆୟୋଜନ କରିବା ସହ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଡେପୁଟି ମେୟର ଦମୟନ୍ତୀ ମାଝୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିବା ସହ ସ୍କୁଲକୁ ପୌସ୍ୟ ସ୍କୁଲ ଭାବରେ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର କୁମାର ଦାସ (ଡ୍ରିମ୍ସ) ଏବଂ କାଳୀ ବଜାର ଗାର୍ଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିରୂପମା ମଲ୍ଲିକ ମଧ୍ୟ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ସମାପ୍ତି ପୂର୍ବରୁ ଦଶମ ଶ୍ରେଣୀରେ ଅଧ୍ୟନରତ ମେଧାବୀ ଛାତ୍ର ଏବଂ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କୃତ କରିବା ସହିତ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।

Leave A Reply

Your email address will not be published.