Jai Odisha
News

ମା’ ମଙ୍ଗଳା ଙ୍କ ମନ୍ଦିରରେ 5T ସଚିବ

ପୁରୀ,୨୪ ।୧୨: ପୁରୀ ଜିଲ୍ଲା ଅଧିଷ୍ଠାତ୍ରୀ  ମା’ ମଙ୍ଗଳା ଙ୍କ ମନ୍ଦିରରେ 5T ସଚିବ । ପୁରୀ ଜିଲ୍ଲା କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ପୀଠରେ ଆଜି ସକାଳେ ୫ଟି ସଚିବ ଭି କେ ପାଣ୍ଡିଆନ୍ ପହଞ୍ଚି ସେଠାକାର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଛନ୍ତି। ୫ଟି ସଚିବ ସକାଳ ୭ଟା ୧୦ ମିନିଟ ସମୟରେ ମଙ୍ଗଳାଙ୍କ ପୀଠରେ ପହଞ୍ଚି ମାଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ବି ଉପସ୍ଥିତ ଥିଲେ। ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ମା’ଙ୍କର ଦର୍ଶନ କରିବା ସହ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଐତିହ୍ୟର ବିକାଶ ବାବଦରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୀଠର ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ନେଇ ବିଭାଗୀୟ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସଚିବପ୍ରଥମେ ମା’ ଙ୍କ ଦର୍ଶନ କରିବା ସହ ମନ୍ଦିର ବେଢ଼ା ପରିକ୍ରମା କରିଥିଲେ 5ଟି ସଚିବ । ପରେ ମନ୍ଦିରର ସମସ୍ୟା ନେଇ ସେବାୟତ ଙ୍କ ସହ ଆଲୋଚନା କରିଥିଲେ । ମନ୍ଦିର ବିଭିନ୍ନ ସମସ୍ୟା ରହିଥିବା ବେଳେ ସମସ୍ତ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବା ନେଇ 5T ସଚିବ ସେବାୟତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । 5T ସଚିବ ଭି.କେ ପାଣ୍ଡିଆନ ଏବଂ ମନ୍ତ୍ରୀ ତୁଷାର କାନ୍ତି ବେହେରା, ଜିଲ୍ଲାପରିଷଦ ଉପା ଅଧକ୍ଷ୍ୟ  । ମା’ଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର ନେଇ ସମୀକ୍ଷା କରିଥିଲେ ।

Leave A Reply

Your email address will not be published.