Jai Odisha
News

ମିଛ ଗ୍ୟାରେଣ୍ଟି ଦେବା କଂଗ୍ରେସର ଫର୍ମୁଲା: ମୋଦି

ନୂଆଦିଲ୍ଲୀ,୫।୧୧:ହିମାଚଳପ୍ରଦେଶ ପାଇଁ ନିର୍ବାଚନ ବିଗୁଲ ବାଜିଛି।  ମିଛ ପ୍ରତିଶ୍ରୁତି ଦେବା କଂଗ୍ରେସର ପୁରୁଣା କୌଶଳ। ଲୋକଙ୍କୁ ମିଛ ଗ୍ୟାରେଣ୍ଟି ଦେବାରେ କଂଗ୍ରେସ ଅଭ୍ୟସ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ହିମାଚଳ ପ୍ରଦେଶ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ମୋଦି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶରେ ‘ବିଜୟ ସଂକଳ୍ପ ରାଲି’କୁ ସମ୍ବୋଧିତ କରି କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । ଏହି ସମାବେଶରେ ସେ କହିଛନ୍ତି ଯେ ଏଥର ହିମାଚଳପ୍ରଦେଶ ନିର୍ବାଚନ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶ ମଣ୍ଡିରେ ଆୟୋଜିତ ‘ବିଜୟ ସଂକଳ୍ପ ରାଲି’କୁ ସମ୍ବୋଧିତ କରି ସମାବେଶରେ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ଆଗରୁ ମଣ୍ଡି ଆସିବାକୁ ଥିବା ବେଳେ ଆସିପାରିନଥିଲି, କେବଳ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗ ଦେଇଥିଲି। ସେଥିପାଇଁ ଯେତେବେଳେ ନିର୍ବାଚନ ତାରିଖ ଆରମ୍ଭ ହେବ, ମୁଁ ପ୍ରଥମେ ମଣ୍ଡି ଯାଇ ଲୋକଙ୍କୁ କ୍ଷମା ମାଗିବି ବୋଲି ନିଷ୍ପତ୍ତି ନେଇଥିଲି।  ମୋଦି ଆହୁରି କହିଛନ୍ତି ଯେ ଉପା ସରକାର ହିମାଚଳର ବିକାଶ ଚାହୁଁନାହିଁ। ମିଥ୍ୟା ପ୍ରତିଶ୍ରୁତି ଦେବା, ମିଥ୍ୟା ଗ୍ୟାରେଣ୍ଟି ଦେବା କଂଗ୍ରେସର ଏକ ପୁରୁଣା ଅଭ୍ୟାସ। ଚାଷୀଙ୍କୁ ଋଣ ଛାଡ ନାମରେ କଂଗ୍ରେସ କିପରି ମିଛ କହୁଛି ତାହା ସମଗ୍ର ଦେଶ ସାକ୍ଷୀ ରହିଛି। କଂଗ୍ରେସ ପାଇଁ ସରକାର ଆସିବା, ସରକାରରେ ରହିବା ଏକ ରାଜପ୍ରାସାଦ ଚଳାଇବା ସଦୃଶ। ଏଥର ନଭେମ୍ବର ୧୨ରେ ମତଦାନ ଦିନ ଦିଆଯିବାକୁ ଥିବା ପ୍ରତ୍ୟେକ ଭୋଟର୍‌ ଆସନ୍ତା ୨୫ ବର୍ଷ ପାଇଁ ହିମାଚଳପ୍ରଦେଶର ବିକାଶ ଯାତ୍ରା ସ୍ଥିର କରିବେ। ହିମାଚଳପ୍ରଦେଶର ଲୋକମାନେ ବିଜେପି ସରକାରକୁ ପୁଣି ଶାସନକୁ ଫେରାଇ ଆଣିବାକୁ ଦୃଢ ଭାବେ ସଂକଳ୍ପବଦ୍ଧ ହୋଇଥିବାବେଳେ ସୈନିକମାନଙ୍କର ଏହି ଭୂମି, ସାହସୀ ମା’ମାନଙ୍କର ଏହି ଦେଶ, ଯେତେବେଳେ କୌଣସି ସଂକଳ୍ପ ନେଇଥାଏ, ଏହାକୁ ପ୍ରମାଣ କରି ଦେଖାଇଦେଇଥାଏ।

Leave A Reply

Your email address will not be published.