Jai Odisha
News

ମିଶନ ଶକ୍ତିରେ ବ୍ୟାପକ ଜାଲିଆତି, ହଟହଟା ହେଲେ ଜିଲା ସଂଯୋଜକ

ଗାଡ଼ି ଛାଡ଼ିଲେନାହିଁ ମହିଳା, ଦୈଡ଼ି ପଲାଇ ଲୁଚିଗଲେ ଜିଲା ସଂଯୋଜକ

ରାଜକନିକା,୬/୨ : ରାଜକନିକା ବ୍ଳକ୍‌ରେ ମିଶନ ଶକ୍ତିରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ଦିନକୁ ଦିନ ବିିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁହଁ ଖୋଲିଛନ୍ତି । ମିଶନ ଶକ୍ତିର ବ୍ଲକ୍ ଫେଡ଼େରେସନ୍‌ରେ ମନମୁଖୀ କାର୍ଯ୍ୟ, ମିଶନ ଶକ୍ତି କ୍ୟାଣ୍ଟନିରେ ଅନିୟମିତତା, ବାଘବୁଦା ପଞ୍ଚାୟତ ମହାସଂଘର ସଂପାଦିକା ଜାଲିଆତି କରି ୪ ଲକ୍ଷ ୬୦ ହଜାର ଟଙ୍କା ନେବା ପରେ ମହିଳାଙ୍କ ଥାନାରେ ଏତଲା ଘଟଣାରେ ଆଖୁଳିପଡ଼ା ପଞ୍ଚାୟତ ମହାସଂଘରେ ଜାଲିଆତି କରି ମହାସଂଘକୁ ବଦଲାଇବା ଘଟଣାରେ ମହିଳାମାନଙ୍କ ମଧ୍ୟରେ ଉଗ୍ରରୂପ ଧାରଣ କରିଛି । ଶତାଧିକ ମହିଳାମାନେ ସେମାବାର ଦିନ ୧୦ଟାରୁ ରାତି ୭ଟା ପର୍ଯ୍ୟନ୍ତ ନିଜ ଦାବି ନେଇ ବସିରହିଥିଲେ ।ମନୋରମା ସେଠୀ, ଶୁଭାସିନି ପାତ୍ର, ହାସିନା ବିବି, ସତ୍ୟଭାମା ନାୟକ, ଶକୁନ୍ତଳା ତରାଇ, ସବିତା ବିଶ୍ୱାଳ, ସ୍ୱର୍ଣ୍ଣଲତା ବିଶ୍ୱାଳ, ତାପସିନି ପାତ୍ର, ଅପ୍ସାନା ବିବି, କବିତା ପାତ୍ର, ବିଦୁଲତା ବିା୍‌ବାଳ,ଶ୍ରଦ୍ଧାଞ୍ଜଳି ବେହୁରା, ସୁନିତା କରଣ, ରାଜିଦା ଖାନମ୍‌, ଉର୍ମିଳା ତରାଇ, ପାର୍ବତୀ ତରାଇ, ନିରୁପମା ନାୟକ, ସୁନିତା ବିଶ୍ୱାଳ, ମେନ୍ତିମା ବାରିକ୍ ଏବଂ ପଦ୍ମାବତି ବ୍ରହ୍ମା ପ୍ରମୁଖଙ୍କ ସହିତ ଶତାଧିକ ମହିଳାମାନେ ମିଶନ ଶକ୍ତିର ଜାଲିଆତି ବିରୁଦ୍ଧରେ ତଦନ୍ତ ଦାବି କରିଥିଲେ । ଏହି ଘଟଣାରେ ସମାଧାନ କରିବାକୁ ଆସିଥିବା କେନ୍ଦ୍ରାପଡ଼ା ଜିଲା ମିଶନ ଶକ୍ତି ସଂଯୋଜକ କୌଳାସ ସେନାପତିଙ୍କ ଗାଡ଼ିକୁ ଛାଡ଼ିନଥିଲେ । ଏକ ଘଣ୍ଟାକାଳ ଗାଡ଼ିଆଗରେ ମହିଳାମାନ ବସିରହିଥିଲେ । ଗାଡ଼ି ଭିତରେ ସଂଯୋଜକ ଶ୍ରୀସେନାପତି ଭୟରେ ଆକୁଳ ନିବେଦନ କରିଥିଲେ । ଖବର ପାଇଁ ପୁଲିସ ଆସିବାରୁ ଶ୍ରୀସେନାପତି ଭୟରେ ଗାଡ଼ିରୁ ବାହାରି ବିଡ଼ିଓଙ୍କ ପ୍ରକୋଷ୍ଠକୁ ଦୈଡ଼ି ପଳାଇଥିଲେ । ହେଲେ ମହିଳାମାନେ ଗାଡ଼ି ଘେରାଉ କରିବା ସହିତ ବିଡ଼ିଓଙ୍କ ପ୍ରକୋଷ୍ଠକୁ ମଧ୍ୟ ଘେରାଉ କରିଥିଲେ । ଆଖୁଳିପଡ଼ା ପଞ୍ଚାୟତ ମିଶନ ଶକ୍ତି ମହାସଂଘର ମହିଳାମାନେ ଗତ ୩୦ ତାରିଖ ଦିନ ବ୍ଲକ୍ ଘେରାଉ କରିଥିଲେ । ସେମାନଙ୍କ ଅଭିଯୋଗ ମୁତାବକ ପଞ୍ଚାୟତ ମହାସଂଘରୁ ଚଞ୍ଚକତା କରି ସମ୍ପାଦିକା ଏବଂ ଇସି ସଦସ୍ୟାଙ୍କୁ ବିନା କାରଣରେ ବଦଳାଇ ଦେଇଥିଲେ । ଜାଲ ଦସ୍ତଖତ୍ କରାଯାଇ ଏଭଳି କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ୱୟଂସହାୟକ ଗୋଷ୍ଠୀର ଶତାଧିକ ମହିଳା ଜୀବିକା ମିଶନ ଅଧିକାରୀଙ୍କୁ ଘେରାଉ କରି କାଗଜପତ୍ର ଛଡ଼ାଇ ନେଇଥିଲେ । ଏହି ଘଟଣାରେ ବିଡ଼ିଓ ହସ୍ତକ୍ଷେପ କରି ୭ ଦିନ ମଧ୍ୟରେ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ସେମାବାର ଜୀବିକା ମିଶନ ଅଧିକାରୀ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡ଼କାଇ ଦସ୍ତଖତ୍ ଯାଞ୍ଚ କରିବାକୁ ଡ଼କାଇଥିଲେ । କିନ୍ତୁ ଶତାଧିକ ମହିଳା ଏହି ବୈଠକରେ ଯୋଗଦେଇଥିଲେ । ହେଲେ ଆଖୁଳିପଡ଼ାର ପଦ୍ମାବତୀ ବ୍ରହ୍ମାଙ୍କ ଦସ୍ତଖତ୍ ଜାଲ ହୋଇଥିବା ନେଇ ଜଣାପଡ଼ିଥିଲା । ଏହି ଘଟଣା ଜଣାପଡ଼ିବା ପରେ ମହିଳାମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ମହିଳାମାନେ ଦିନ ୧୦ଟାରୁ ଭୋକ ଓପାସରେ ବିଡ଼ିଓଙ୍କୁ ଭେଟିବାକୁ ବ୍ଳକ୍ କାର୍ଯ୍ୟାଳୟରେ ବସିରହିଥିଲେ । ଦିନ ୪ଟା ସମୟରେ ବିଡ଼ିଓ ଏବଂ ଜିଲା ମିଶନ ଶକ୍ତି ସଂଯୋଜକ, ବ୍ଲକ୍ ସଂଯୋଜକ, ଜୀବିକା ମିଶନ ଅଧିକାରୀ ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଠା କରି ବୈଠକ ବସାଇଥିଲେ । ହେଲେ ମହିଳାମାନଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇପାରିନଥିଲେ ଅଧିକାରୀ । ଏହି କାରଣକୁ ନେଇ ବୈଠକ ଫେଲ ମାରିଥିଲା । ମହିଳାମାନଙ୍କ ସମାସ୍ୟାର ସମାଧାନ କରିନପାରି ଜିଲା ସଂଯୋଜକ ପଳାଇଯିବାକୁ ନିଜ ସରକାରୀ ଗାଡ଼ିିରେ ବସିବା ବେଳେ ମହିଳାମାନେ ଗାଡ଼ି ଆଗରେ କ ବସି ରହି ବିଭିନ୍ନ ବିରୋଧୀ ସ୍ଲୋଗାନ ଦେଇଥିଲେ । ଦୀର୍ଘ ଏକ ଘଣ୍ଟା ଧରରି ଜିଲା ସଂଯୋଜକ ଗାଡ଼ି ଭିତରେ ବସିରହିଥିଲେ । ଖବର ପାଇବା ପରେ ରାଜକନିକା ପୁଲିସ ପହଂଚିଥିଲେ । ପୁଲିସ ବଳୟରେ ଜିଲା ସଂଯୋଜକ ଗାଡ଼ିରୁ ମୁକୁଳି ବିଡ଼ିଓଙ୍କ ପ୍ରକୋଷ୍ଠକୁ ଦୈଡ଼ି ପଳାଇଥିଲେ । ବିଡ଼ିଓଙ୍କ ପ୍ରକୋଷ୍ଠରେ ଦୁଇ ଘଣ୍ଟା ଧରି ବସିରହିଥିଲେ । ହେଲେ ମହିଳାମାନେ ମଧ୍ୟ ବିଡ଼ିଓଙ୍କ ପ୍ରକୋଷ୍ଠ ଆଗରେ ଘେରାଉ କରିଥିଲେ । ଅଧିକାରୀଙ୍କୁ ତିନି ଘଣ୍ଟା ଧରି ବାହାରକୁ ଛାଡ଼ିନଥିଲେ । ଏହି ଘଟଣାରେ ଅପ୍ରୀତିକର ପରିସ୍ଥିତି ଉପୁଜିବାରୁ କନିକା ତହସିଲଦାର ଘଟଣାସ୍ଥଳରେ ପହଂଚିଥିଲେ । ଏହି ଘଟଣାର ଖବର ପାଇଁ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ମଧ୍ୟ ବିଡ଼ିଓଙ୍କ ପ୍ରକୋଷ୍ଠରେ ପହଂଚିଥିଲେ । ତୁରନ୍ତ ସମାଧାନ କରିବାକୁ କହିଥିଲେ । ଏହା ପରେ ରାତି ୭ଟା ପରେ ବହୁ ବୁଝାସୁଝା ପରେ ମହିଳାମାନଙ୍କ ଦାବି ମୁତାବକ ପଞ୍ଚାୟତ ମହାସଂଘର ଖାତାକୁ ତହସିଲଦାର ଏବଂ ବିଡ଼ିଓ ଏବଂ ପୁଲିସଙ୍କ ସମ୍ମୁଖରେ ସିଲ କରାଯାଇଥିଲା । ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ପଂଚାୟତରେ ଥିବା ମହାସଂଘ କୌଣସି କାମ କରିପାରିବେ ନାହିଁ ବୋଲି କହିଥିଲେ । ଯେପର୍ଯ୍ୟନ୍ତ ଘଟଣାର ସମାଧାନ ନହୋଇଛି । ସେ ପର୍ଯ୍ୟନ୍ତ ଏଭଳି ସ୍ଥିତିରେ ରହିବ । ଏଭଳି ଲିଖିତ ପ୍ରତିଶୃତି ପାଇଲାପରେ ମହିଳାମାନେ ରାଜକନିକା ବ୍ଲକ୍‌୍ କାର୍ଯ୍ୟାଳୟରୁ ନିଜ ନିଜ ଘରକୁ ଫେରିଯାଇଥିଲେ ।

Leave A Reply

Your email address will not be published.