Jai Odisha
News

ମିଶନ ଶକ୍ତି ଗୋଷ୍ଠୀ ମାଗଣାରେ ଜାତୀୟ ପତାକା ଯୋଗାଇଦେବେ

ଭୁବନେଶ୍ୱର,୧୧/୮: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି । ଏହି ଅବସରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ପାଇଁ ଘୋଷଣା କରାଯାଇଛି । ସେଥିପାଇଁ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ନିଜ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉଡ଼ାଇବାକୁ ଅପିଲ କରାଯାଇଛି । ଏନେଇ କେନ୍ଦ୍ର ସରକାର ଜାତୀୟ ପତାକା ଉଡ଼ାଇବାର କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । `ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଏଥିପାଇଁ ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି । ‘ହର ଘର ତ୍ରିରଙ୍ଗା’ ପାଳନ ପାଇଁ ସରକାରୀ ଓ଼ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।ସ୍ୱାଧୀନତାର ୭୫ତମ ପୂର୍ତ୍ତି ଉତ୍ସବ ଅବସରରେ ଓଡିଶା ବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟର ମିଶନ ଶକ୍ତିର ମାଆ ମାନଙ୍କୁ ଜାତୀୟ ପତାକା ତିଆରି ଓ଼ ବଣ୍ଟନ ଦାୟିତ୍ୱ ଦିଆଯାଇଛି।
ସୂଚନା ଯୋଗ୍ୟ, ମିଶନ ଶକ୍ତିର ମାଆ ମାନେ ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି।ତେବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇଦେବେ । ଏହାର ତିଆରି ଓ ବଣ୍ଟନ ଦାୟିତ୍ୱ ନେଇଛନ୍ତି ରାଜ୍ୟ ମିଶନ ଶକ୍ତିର ମା’ମାନେ । ମିଶନ ଶକ୍ତିର ମା’ମାନେ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିବା ସହ ଏନେଇ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.