Jai Odisha
News

ମିସାଇଲ ମାଡରେ ପୋଲାଣ୍ଡର ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୬/୧୧: ରୁଷ୍‌ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ର ଆଡ଼କୁ ୟୁକ୍ରେନୀୟ ସୈନିକମାନେ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ରଟି ପୋଲାଣ୍ଡ୍‌ରେ ପଡ଼ି ବିସ୍ଫୋରିତ ହୋଇଥିବା କଥା ଆମେରିକୀୟ ସରକାରୀମାନେ ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ୩ଜଣ ସରକାରୀ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ଏପି’କୁ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନ ସୂଚାଉଛି ଯେ, ପୋଲାଣ୍ଡ୍‌ରେ ପଡ଼ିଥିବା କ୍ଷେପଣାସ୍ତ୍ରଟିକୁ ୟୁକ୍ରେନୀୟ ସେନା ଗୋଟାଏ ରୁଷୀୟ କ୍ଷେପଣାସ୍ତ୍ର ଆଡ଼କୁ ନିକ୍ଷେପ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ଋଷିଆର ମିଜାଇଲ୍ ପଡ଼ିଛି। ଏଥିରେ ପୋଲାଣ୍ଡର ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏନେଇ ପୋଲାଣ୍ଡ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଘଟଣା ପରେ ପୋଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟ ରେଡ୍ ଆଲର୍ଟ ଜାରି କରିଛି। ଏହାସହ ସେନାକୁ ପ୍ରସ୍ତୁତ ରହିବାକୁ ପୋଲାଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡରେଜ୍ ଡୁଡାଙ୍କୁ ଭେଟି ଆମେରିକା ରାଷ୍ଟ୍ରପତି ଘଟଣା ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି। ଗତ ଫେବୃଆରୀ ମାସରୁ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି। ଯେଉଁଥିରେ ଉଭୟ ରାଷ୍ଟ୍ରଙ୍କ ଶତାଧିକ ଲୋକଙ୍କ ମୃତ୍ୟୁ ପରେ ବି ଥମିନି ଯୁଦ୍ଧର ଏହି ବିଭୀଷିକା। ନାଟୋ ରାଷ୍ଟ୍ର ପୋଲାଣ୍ଡ ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଇଣ୍ଡୋନେସିଆରେ ଚାଲିଥିବା G20 ବୈଠକରେ ନାଟୋ ରାଷ୍ଟ୍ରମୁଖ୍ୟଙ୍କ ସହ ବାଇଡେନ୍ ଆଲୋଚନା କରିଛନ୍ତି। ପୋଲାଣ୍ଡ ଉପରେ ଋଷ୍‌ର ମିଜାଇଲ୍ ଆକ୍ରମଣକୁ ଆମେରିକା ଗୁରୁତ୍ୱ ସହ ନେଇଛି। ସହଯୋଗୀ ରାଷ୍ଟ୍ର ହୋଇଥିବାରୁ ପୋଲାଣ୍ଡ ସ୍ଥିତି ଉପରେ ନାଟୋ ନଜର ରଖିଛି। ଋଷିଆର ଏପରି କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିବା ସହ ସମସ୍ତ ପରିସ୍ଥିତିରେ ଆମେରିକା ନାଟୋ ରାଷ୍ଟ୍ରଙ୍କ ସହ ଥିବା ଆମେରିକା ରାଷ୍ଟ୍ରପତି କହିଛନ୍ତି। ଏହାସହ ଯୁଦ୍ଧ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ବିଗତ କିଛି ଦିନରେ ୟୁକ୍ରେନ ଉପରେ ହେଉଥିବା ମିଜାଇଲ୍ ଆକ୍ରମଣକୁ ପ୍ରତିହତ କରିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ବାଇଡେନ୍ କହିଛନ୍ତି।

Leave A Reply

Your email address will not be published.