Jai Odisha
News

ମୁଁ ପୂର୍ବଜନ୍ମରେ ମଙ୍ଗଳ ଗ୍ରହରେ ଥିଲି….

ମସ୍କୋ, ୧୦/୧୧ :ଅନ୍ତରୀକ୍ଷକୁ ନେଇ ବୋରିସ୍କାଙ୍କର ଅସାଧାରଣ ତଥ୍ୟ ସାରା ଦୁନିଆର ବୈଜ୍ଞାନିକମାନଙ୍କୁ ଚକିତ କରିଦେଇଛି। ୨୦୧୭ରେ ବୋରିସ୍କା ପୃଥିବୀକୁ ନେଇ ଏଭଳି କିଛି ଚେତାବନୀ ଦେଇଥିଲେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଥିଲା। ବୋରିସ୍କା କହିଥିଲେ ଯେ, ହଜାର ହଜାର ବର୍ଷ ପୂର୍ବେ ଏକ ନ୍ୟୁକ୍ଲିଅର ସଙ୍ଘର୍ଷରେ ତାଙ୍କର ପ୍ରଜାତି ସମୂଳେ ନାଶ ହୋଇଯାଇଥିଲା। ଏବେ ପୃଥିବୀ ସେହି ଦିଗ ଆଡ଼କୁ ଗତି କରୁଛି। ପୃଥିବୀବାସୀ ମଧ୍ୟ ସେହି ବିନାଶକୁ ସମ୍ମୁଖୀନ କରିବେ। ଋଷର ଜଣେ ବାଳକଙ୍କ ଆଶ୍ଚର୍ଯ୍ୟଜନକ ଦାବି। ପୃଥିବୀରେ ତାଙ୍କର ପୁନର୍ଜନ୍ମ ହୋଇଥିବା ଏହି ବିସ୍ମୟ ବାଳକ ଦାବି କରିଛନ୍ତି। ଏହି ବାଳକଙ୍କୁ ଚାଇଲ୍ଡ ଜିନିୟସ୍ ନାମରେ ନାମିତ କରାଯାଇଛି। ଏହି ବାଳକ ଜଣଙ୍କ ଦାବି କରିଛନ୍ତି ଯେ, ସେ ପୂର୍ବଜନ୍ମରେ ମଙ୍ଗଳ ଗ୍ରହର ନିବାସୀ ଥିଲେ ଏବଂ ପୃଥିବୀରେ ତାଙ୍କର ପୁନର୍ଜନ୍ମ ହୋଇଛି। ଏହି ବିସ୍ମୟ ବାଳକ ହେଉଛନ୍ତି ଋଷର ବୋଲ୍ଗୋଗ୍ରାଡରେ ରହୁଥିବା ବୋରିସ୍କା କିପ୍ରିୟାନୋୱିଚ୍‌। ବୋରିସ୍କା କହିଛନ୍ତି ଯେ, ସେ ମଙ୍ଗଳ ଗ୍ରହରେ ପାଇଲଟ ଥିଲେ। ଏକ ଯୁଦ୍ଧରେ ତାଙ୍କ ଗ୍ରହ ଧ୍ଵଂସ ହୋଇଯାଇଥିଲା। ଏବେବି ମଙ୍ଗଳ ଗ୍ରହରେ କିଛି ଲୋକ ବସବାସ କରୁଛନ୍ତି। ପୃଥିବୀରେ ମାନବ ଜାତିକୁ ଏହି ଧ୍ଵଂସ ଲୀଳାରୁ ବଞ୍ଚାଇବା ପାଇଁ ଅନ୍ୟ ଲୋକମାନଙ୍କ ସହ ସେ ପୁନର୍ଜନ୍ମ ନେଇଛନ୍ତି। ମଙ୍ଗଳ ଗ୍ରହରେ ଏବେ କିଛି ଲୋକ ଅମର ଅଛନ୍ତି। ସେ କହିଛନ୍ତି ଯେ, ମଙ୍ଗଳ ଗ୍ରହରେ ୩୫ ବର୍ଷ ପରେ ଆଉ ବୟସ ବଢେ ନାହିଁ। ଲୋକମାନେ ଅମର ହୋଇଯାଆନ୍ତି। ସେ ପୁଣି କହିଛନ୍ତି ଯେ, ମଙ୍ଗଳବାସୀ ଶାରୀରିକ ରୂପରେ ଲମ୍ବା ଏବଂ ଟେକ୍ନିକ୍ ରୂପରେ ଅଧିକ ଉନ୍ନତ। ସେମାନେ ଅନ୍ତରୀକ୍ଷ ଯାତ୍ରା କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ସକ୍ଷମ। ବୋରିସ୍କାଙ୍କ ପିତାମାତା କହିଛନ୍ତି ଯେ, ଯେତେବେଳେ ବୋରିସ୍କା ଜନ୍ମ ନେଇଥିଲେ ସେ ଅନ୍ୟ ପିଲାମାନଙ୍କ ଅପେକ୍ଷା ଭିନ୍ନ ଥିଲେ। ସେ ଜନ୍ମ ହେବାର ଦୁଇ ସପ୍ତାହ ପରେ ନିଜେ ମୁଣ୍ଡ ସଳଖ କରିଥିଲେ ଏବଂ କିଛି ମାସ ମଧ୍ୟରେ କଥା କହିବା ଆରମ୍ଭ କରିଥିଲେ।

Leave A Reply

Your email address will not be published.