Jai Odisha
News

ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ,୧୩।୯: ମୁକୁଲ ରୋହତଗୀ ହେବେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ (ଏଜି) । ଆସନ୍ତା ଅକ୍ଟୋବର ମାସରୁ ସେ ନିଜର କାର୍ୟ୍ୟକାଳ ଆରମ୍ଭ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଗତ ୨୦୧୪ରୁ ୨୦୧୭ ମଧ୍ୟରେ ୩ ବର୍ଷ ପାଇଁ ମୁକୁଲ ଏଜି ପଦରେ ରହିଥିଲେ । କେକେ ବେଣୁଗୋପାଳଙ୍କ ସ୍ଥାନରେ ମୁକୁଲ ଅବସ୍ଥାପିତ ହେବେ ।ବରିଷ୍ଠ ଆଇନଜୀବି ମୁକୁଲ ରୋହତଗୀଙ୍କୁ ପୁଣିଥରେ ଭାରତର ଆଟର୍ଣ୍ଣିଂ ଜେନେରାଲ ହେବା ସ୍ପଷ୍ଟ ହୋଇଛି। ୧ ଅକ୍ଟୋବରୁ ଦେଶରେ ସବୁଠାରୁ ବଡ ଆଇନ ଅଧିକାରୀ ଭାବରେ ନିଜର ଦ୍ବିତୀୟ କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି। ବର୍ତ୍ତମାନ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କ କାର୍ଯ୍ୟକାଳ ୩୦ ସେପ୍ଟେମ୍ବରରେ ଶେଷ ହେଉଛି। ୯୧ ବର୍ଷୀୟ ବେଣୁଗୋପାଳଙ୍କୁ ୩୦ ଜୁନ୍ ୨୦୧୭ ରେ ଦେଶର ଟପ୍ ଲ’ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା।  ମିଳିଥିବା ସୂଚନା ଅନୁସାରେ, ରୋହତଗୀ ସୁପ୍ରିମକୋର୍ଟର ପ୍ରସିଦ୍ଧ ଆଇନଜୀବିଙ୍କ ଭିତରୁ ଜଣେ। ସେ ଶୀର୍ଷ ପଦବୀ ସମ୍ଭାଳିବା ପାଇଁ ନିଜର ସହମତି ପ୍ରଦାନ କରିଛନ୍ତି। ତାଙ୍କୁ ପ୍ରଥମ ଥର ୨୦୧୪ରେ ତିନି ବର୍ଷର କାର୍ଯ୍ୟକାଳ ପାଇଁ ଆଟର୍ଣ୍ଣିଂ ଜେନେରାଲ ନିଯୁକ୍ତ କରାଯାଇଥିଲା। ନିକଟରେ ବେଣୁଗୋପାଳ କହିଛନ୍ତି ଯେ, ସେ ନିଜର କାର୍ଯ୍ୟକାଳକୁ ପୁରା କରିବା ପରେ ଶୀର୍ଷ ଆଇନ ଅଧିକାରୀ ରୂପରେ କାମ ଜାରି ରଖିପାରିବେ ନାହିଁ। ଆଟର୍ଣ୍ଣିଂ ଜେନେରାଲଙ୍କୁ ମଧ୍ୟ ଦେଶର ସବୁ କୋର୍ଟରେ ଶୁଣାଣି କରିବାର ଅଧିକାର ରହିଛି। ଚଳିତ ବର୍ଷ ଜୁନ୍‌ରେ ବେଣୁଗୋପାଳଙ୍କ କାର୍ଯ୍ୟକାଳ କେନ୍ଦ୍ର ସରକାର ୩ ମାସ ପାଇଁ ବଢାଇ ଦେଇଥିଲେ। ସରକାର ତାଙ୍କୁ ଅନୁରୋଧ କରିଥିଲେ ସେ ଆହୁରି ତିନି ମାସ ପାଇଁ ଏହି ପଦବୀରେ ରୁହନ୍ତୁ। ସେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପଦରେ ରହିବା ପାଇଁ ମାନି ଯାଇଥିଲେ, ଯାହାଫଳରେ ସରକାର ନୂଆ ଚେହେରା ଖୋଜିପାରିବେ। ଏବେ ୬୭ ବର୍ଷର ରୋହତଗୀ ଆଟର୍ଣ୍ଣିଂ ଜେନେରାଲ ଭାବରେ ନିଜର ଦ୍ବିତୀୟ କାର୍ଯ୍ୟକାଳ ୧ ଅକ୍ଟୋବରରୁ ଆରମ୍ଭ କରିବେ। ସେ ଆଡିସନାଲ ସଲିସିଟର ଜେନେରାଲ ମଧ୍ୟ ରହିସାରିଛନ୍ତି।

 

Leave A Reply

Your email address will not be published.