Jai Odisha
News

ମୁଗ ଚାଷକୁ କେନ୍ଦ୍ର କରି ପୁଅ-ବୋହୁଙ୍କୁ ହାଣିଲା ବାପା

କେନ୍ଦ୍ରାପଡା,୪ା୫: ଆଳି ଥାନା ଅନ୍ତର୍ଗତ ସାନଆଙ୍କ ଗାଁରେ ମୁଗ ଚାଷକୁ କେନ୍ଦ୍ର କରି ବାପ ଭୁଜାଲି ଚୋଟରେ ପୁଅ ଓ ବୋହୁ ଗୁରୁତର । ବିଲରେ ମୁଗ ଭାଗବଣ୍ଟାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁଅ ଓ ବୋହୂଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନଆଙ୍କୋ ଗାଁରେ ଘଟିଛି ଏହି ଘଟଣା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ସମୟରେ ଅବସ୍ଥା ସଙ୍କଟା ପନ୍ନ ହେବାରୁ ଉଭୟ ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ଆଜି ଦିନ ବାରଟା ସମୟରେ ସାନଆଙ୍କ ଗାଁର ବାପ ପଞ୍ଚାନନ ବେହେରା ପୁଅ ସହଦେଵ ଓ ବୋହୁ ବାସନ୍ତିଙ୍କ ସହିତ ମୁଗ ଚାଷକୁ ନେଇ ବଚଷା ହେବା ପରେ ବାପା ପଞ୍ଚାନନ ଉତ୍ୟକ୍ତ ହୋଇ ଏକ ଭୁଜାଲି ରେ ପୁଅ ଓ ବୋହୁଙ୍କୁ ଆକ୍ରମଣ କରିଥିଲେ  ।ଯାହାଫଳରେ ଉଭୟେ ଆହତ ହୋଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି।  ତେବେ ଏନେଇ ପୁଅ ଓ ବୋହୁ ବାପା ତାଙ୍କୁ ହାଣିଥିବା ଅଭିଯୋଗ କରୁଥିବା ବେଳେ ବାପା ପଞ୍ଚାନନ ଏହାକୁ ଖଣ୍ଡନ କରିଛନ୍ତି ଓ କହିଛନ୍ତି ମୋତେ ମୋ ପୁଅ ଓ ବୋହୁ ହାଣିଛନ୍ତି।  ତେବେ ପଞ୍ଚାନନ ମଧ୍ୟ ଆହତ ହୋଇଛନ୍ତି।   ପାରିପାର୍ଷିକ ଓ ବୟସର ତାରତମ୍ୟକୁ ଦୃଷ୍ଟିରେ ରଖି ଆଳି ପୋଲିସ ତଦନ୍ତ କରି ବାସ୍ତବ ଘଟଣା ଉନ୍ମୋଚନ କରିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.