Jai Odisha
News

ମୁଣ୍ଡଳି ଆକ୍ରମଣ ଘଟଣା: ସିଲ୍ ହେଲା ମୁଣ୍ଡଳି ଟୋଲ ଗେଟ୍‌

ଆଠଗଡ଼,୨୫ା୫: ମୁଣ୍ଡଳି ଟୋଲ ଗେଟ୍‌ରେ ପର୍ଯ୍ୟଟକ ଓ ଟୋଲ କର୍ମଚାରୀଙ୍କ ସଂଘର୍ଷ ପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଟକ ମୁଣ୍ଡଳି ଟୋଲ୍ ଗେଟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଗତକାଲି ସନ୍ଧ୍ୟାରେ ପୁଲିସ ଉପସ୍ଥିତିରେ ପ୍ରଶାସନର ଅଧିକାରୀ ଟୋଲ୍ ଗେଟକୁ ସିଲ୍ କରିଛନ୍ତିା ଏହି ଘଟଣାରେ ୪ଜଣ ଟୋଲ କର୍ମଚାରୀଙ୍କୁ ଗିରଫ କରାଯାଇଛି। ସୂଚନାଅନୁସାରେ, ଛତିଶଗଡରୁ ୨ଟି ବସ୍‌ରେ ଟୁରିଷ୍ଟମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାକୁ ଆସିଥିଲେ। ପଇସା ନ ଦେଲେ ବସ୍‌ ଛଡ଼ାଯିବ ନାହିଁ ଟୋଲ ଗେଟ୍‌ କର୍ମଚାରୀ ବସ୍ ଡ୍ରାଇଭରକୁ କହିଥିଲେ। ପରେ ଏହି କଥାକୁ ନେଇ ଟୋଲ ଗେଟ୍‌ କର୍ମଚାରୀ ଓ ବସ୍ ଡ୍ରାଇଭର ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୁପ ନେଇଥିଲା।ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକମାନଙ୍କୁ ଟୋଲ ଗେଟର କର୍ମଚାରୀମାନେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଗୁରୁତର ହେବା ସହ ତାଙ୍କର ଦୁଇଟି ବସ ଭଙ୍ଗାରୁଜା ହୋଇଥିଲା। ଘଟଣା ସମ୍ପର୍କରେ ବସର ଡ୍ରାଇଭର ଛତିଶଗଡ଼ର ଆନନ୍ଦ ଶୁକ୍ଳା ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଠଗଡ ଥାନା କେଶ ନମ୍ବର ୧୧୩/୨୩ । ଆଠଗଡ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ମଙ୍ଗଳବାର ୪ ଜଣଙ୍କୁ ଅଟକ ରଖିଥିଲେ। ବୁଧବାର ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଦଫା ୧୪୭,୧୪୮, ୩୪୧, ୩୮୪, ୩୨୩, ୩୨୪, ୩୨୫, ୩୦୭, ୪୨୭, ୫୦୬, ୩୫୪(ଖ), ୧୪୯ ଆଇପିସିରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

 

 

Leave A Reply

Your email address will not be published.