Jai Odisha
News

ମେଘାଳୟରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ,୧୩।୦୬: ଉତ୍ତର ପୂର୍ବ ରାଜ୍ୟ ମେଘାଳୟରେ ଭୂକମ୍ପ ଝଟ୍‌କା। ମେଘାଳୟରେ ଆଜି ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସକାଳ ୬ ଟା ୩୨ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପ ମାତ୍ରା ୪.୦ ରେକର୍ଟ କରାଯାଇଛି। ତେବେ ଏହି ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟ କ୍ଷତି ହୋଇଥିବାର ସୂଚନା ମିଳିନାହିଁ। ସେହିଭଳି ଏହା ପୂର୍ବରୁ ରିବାର ରାତିରେ ଚେରାପୁଞ୍ଜିରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ମେଘାଳୟର ତୁରା ଠାରୁ ପୂର୍ବ-ଉତ୍ତରପୂର୍ବରେ ଆଜି ସକାଳ ୬ଟା ୩୨ମିନିଟରେ ଭୂକମ୍ପର ଝଟକା ଦେଇଥିଲା । ରିକ୍ଟର ସ୍କେଲରେ ଏହା ୪.୦ ତୀବ୍ରତା ଥିଲା । ସାମାନ୍ୟ ଭୂକମ୍ପ ଯୋଗୁଁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡ଼ି ନାହି । କିନ୍ତୁ ଭୂକମ୍ପ ସମୟରେ ବାହାରେ ବୁଲାବୁଲି କରୁଥିବା ଲୋକେ ଭୟଭୀତ ହୋଇଯାଇଥିଲେ । ଲୋକେ ବ୍ୟସ୍ତ ହୋଇ ଏଣେତେଣ ଦୌଡ଼ିବାରେ ଲାଗିଥିଲେ । ମାଟି ଥରିବା ଦେଖି ଅନେକ କିଛି ଚିନ୍ତା ବି କରିପାରି ନଥିଲେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଉତ୍ତର-ପୂର୍ବ ରାଜ୍ୟରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି ।

Leave A Reply

Your email address will not be published.