Jai Odisha
News

ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୫।୦୩:  ଆଗ୍ରା ଏସଏନ ମେଡିକାଲ କଲେଜରେ ନିଆଁ ଲାଗିଯାଇଥିଲା । ହସ୍ପିଟାଲର ସୁପର ସ୍ପେଶାଲିଟି ବ୍ଲକରେ ନିଆଁ ଲାଗି ଯିବାରୁ ସେଠାରୁ ରୋଗୀଙ୍କୁ କର୍ମଚାରୀମାନେ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ରାସ୍ତାରେ ଶୁଆଇ ଦେଇଥିଲେ । ପରେ ସେଠାକାର ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ରୋଗୀଙ୍କୁ ରାସ୍ତାରେ ଶୁଆଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ରୋଗୀଙ୍କ ସମ୍ପର୍କୀୟ ଘେରିଯାଇଥିଲେ । ପରେ ବୁଝାସୁଝା କରିବା ପରେ ମାମଲା ଥମିଥିଲା ।

Leave A Reply

Your email address will not be published.