Jai Odisha
News

ମୋଦୀଙ୍କ ପାଦ ଛୁଇଁ ସ୍ୱାଗତ କଲେ ପାପୁଆ ନ୍ୟୁଗିନି ପ୍ରଧାନମନ୍ତ୍ରୀ

ମୋରେସବି,୨୧।୫: ଜାପାନ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ରବିବାର (ମେ 21) ପାପୁଆ ନ୍ୟୁଗିନିରେ ପହଞ୍ଚିଛନ୍ତି।  ଜାପାନ ପରେ ପାପୁଆ ନ୍ୟୁ ଗିନି ଗସ୍ତରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ପାପୁଆ ନ୍ୟୁ ଗିନିକୁ ଯାତ୍ରା କରିଛନ୍ତି । ତେଣୁ ସେଠାରେ ପହଞ୍ଚିବା ପରେ ଭାରତର ପ୍ରଧାମନ୍ତ୍ରୀଙ୍କୁ ଏକ ଭବ୍ୟ ସ୍ୱାଗତ କରାଯାଇଛି । ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ମୋଦୀଙ୍କ ପାଦ ଛୁଇଁ ତାଙ୍କୁ ପାଛୋଟି ନେଇଛନ୍ତି । ତେବେ ଏହାପରେ ମୋଦୀଜୀ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିଛନ୍ତି । ଯାହାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି ।ଏଫଆଇପିଆଇସି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି। ଯେଉଁଠାରେ ତାଙ୍କୁ ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ସ୍ୱାଗତ କରିଥିଲେ | ଏହି ସମୟରେ ପାପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁଥିଲେ। ଆଉ ମୋଦୀ ତାଙ୍କ ପିଠି ଥାପୁଡ଼ାଇଦେଇଥିଲେ | ପାପୁଆ ନ୍ୟୁଗିନିର ମୋରେସବି (ଜ୍ୟାକସନ) ଅନ୍ତର୍ଜାତୀୟ ବିମାନବନ୍ଦରରେ ମୋଦୀଙ୍କୁ ପାରମ୍ପାରିକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ସେଠାରେ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ଉପସ୍ଥିତ ଥିଲେ

Leave A Reply

Your email address will not be published.