Jai Odisha
News

ମୋଦୀ-ନବୀନ ସାକ୍ଷାତ: ୨୦୨୪ରେ ଏକାକୀ ଲଢ଼ିବ BJD

ଭୁବନେଶ୍ୱର,୧୧ା୫:  ଆଜି ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।   ଯେଉଁଥିରେ ଆସନ୍ତା ନିର୍ବାଚନରେ ବିଜେଡିର ଭୂମିକା କିପରି ରହିବ ଓ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବା ନେଇ ଚାଲିଥିବା ଆଲୋଚନା କେତେଦୂର ଠିକ୍ ସେ ବାବଦରେ ନବୀନ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ଆବଶ୍ୟକତା ନେଇ ଆଲୋଚନା ହୋଇଥିଲା। ବିଶେଷ ଭାବେ ପୁରୀରେ ଶ୍ରୀଜଗନ୍ନାଥ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କାମ ସାରିବା ନେଇ ଆଲୋଚନା ହୋଇଥିଲା। ଯାତ୍ରୀ ଓ ବିମାନ ସଂଖ୍ୟା ବୃଦ୍ଧି ଯୋଗୁ ଭୁବନେଶ୍ବର ଏୟାରପୋର୍ଟ ଉପରେ ଅଧିକ ଚାପ ପଡ଼ୁଛି। ତେଣୁ ଶ୍ରୀଜଗନ୍ନାଥ ଏୟାରପୋର୍ଟ କାମ ସାରିବାକୁ ପ୍ରଧାନମନ୍ତ୍ରୀ ସହଯୋଗ ଲୋଡ଼ା ଯାଇଥିଲା। ଏହି ଏୟାରପୋର୍ଟ ପାଚେରୀ ପାଇଁ ଚିହ୍ନଟ କାମ ସରିଯାଇଛି। ଏହା ଜାଣିବା ପରେ ପ୍ରଧାନମନ୍ତ୍ରୀ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି। ସେହିପରି ଗତକାଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଭେଟ ଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟ ବେଳେ କୌଣସି ରାଜନୈତିକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନି। ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ପଚାରିବାରେ ସେ କହିଛନ୍ତି, ଏବେ ନୁହେଁ। ଏହି ସାମ୍ମୁଖ୍ୟରେ ଆମେ ନାହୁଁ। ଆଗାମୀ ନିର୍ବାଚନରେ ବିଜେଡି ଲୋକସଭା ଓ ବିଧାନସଭା ଆସନରେ ଏକାକି ଲଢ଼ିବ କି ପଚାରିବାରେ ସେ କହିଛନ୍ତି, ସର୍ବଦା ଏହା ଆମର ମୁଖ୍ୟ ନୀତି ରହିଆସିଛି।

Leave A Reply

Your email address will not be published.