Jai Odisha
News

ମୋଦୀ ସବୁଠାରୁ ଲୋକପ୍ରିୟ ନେତା : ମର୍ଣ୍ଣିଂ କନସଲ୍ଟ

ନୂଆଦିଲ୍ଲୀ,୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ   ଭାରତ ନୁହେଁ ସମଗ୍ର ବିଶ୍ବର ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି।ବିଶ୍ବର ବଡ଼ବଡ଼ ନେତାଙ୍କୁ ପଛରେ ପକାଇ ପୁଣି ଶୀର୍ଷ ହାସଲ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |ଏପରି କି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ପଛରେ ପକାଇ ମୋଦୀ ବିଶ୍ବର ସବୁଠୁ ଲୋକପ୍ରିୟ ନେତା ହୋଇଥିବା ଗ୍ଲୋବାଲ ଇଣ୍ଟେଲିଜେନ୍ସ କମ୍ପାନୀ ମର୍ଣ୍ଣିଂ କନସଲ୍ଟ ରିପୋର୍ଟରେ ଦର୍ଶାଯାଇଛି।   ତାଜା ସର୍ଭେରେ ମୋଦିଙ୍କୁ ମିଳିଛି ୭୮ ପ୍ରତିଶତ ଆପ୍ରୁଭାଲ୍ ରେଟିଂ । ମର୍ନିଂ କନ୍ସଲ୍ଟର ରେଟିଂରେ ପିଏମ ମୋଦି ୨୨ଟି ଦେଶର ନେତାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।ମୋଦୀ ୭୮ ପ୍ରତିଶତ ରେଟିଂ ପଏଣ୍ଟ ପାଇଁ ବିଶ୍ବ ନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୬୮% ରେଟିଂ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍, ଚତୁର୍ଥରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓରିଗିଆ ମେଲୋନି, ପଞ୍ଚମରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡିସଲ୍‌ଭା ଓ ଷଷ୍ଠରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରହିଛନ୍ତି। ଜାନୁଆରୀ ୨୬ରୁ ୩୧ ତାରିଖ ମଧ୍ୟରେ ବିଶ୍ବର ପ୍ରମୁଖ ୨୨ଟି ରାଷ୍ଟ୍ରକୁ ନେଇ ସର୍ଭେ ହୋଇଥିଲା। ସର୍ଭେରେ ଦୈନିକ ୨୦ହଜାର ଲୋକଙ୍କ ମତାମତ ନିଆଯାଇଥିଲା। ଏହି ୨୨ ଜଣ ନେତାଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ବାଇଡେନ ଏବଂ ବ୍ରିଟେନର ପିଏମ୍ ରୁଷି ସୁନକ ମଧ୍ୟ ସାମିଲ ଅଛନ୍ତି।  ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ତାଲିକାରେ ୬୮ ରେଟିଂ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋର ରାଷ୍ଟ୍ରପତି ଲୋପେଜ ଓବ୍ରେଡୋର। ସେହିପରି ୬୨ ରେଟିଂ ସହ ସ୍ବିଜରଲ୍ୟାଣ୍ଡର ରାଷ୍ଟ୍ରପତି ଏଲେନ ବେର୍ସେଟ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସର୍ଭେରେ କୁହାଯାଇଛି ଯେ ୨୦୨୧ ପରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରୀୟତା ଲଗାତାର ବଢ଼ିଛି। ଆମେରିକାର ଗ୍ଲୋବାଲ ସର୍ଭେ କମ୍ପାନୀ ମର୍ନିଂ କନ୍ସଲ୍ଟର ଏହି ସର୍ଭେ ହିସାବରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲ୍ବାନୀଜଙ୍କୁ ମିଳିଛି ୫୮ ରେଟିଂ। ଏହାସହ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସବୁଠାରୁ ବଡ଼କଥା ବାଇଡେନ କିମ୍ବା ସୁନକ ଟପ-5ରେ ଭିତରେ ନାହାନ୍ତି। ବାଇଡେନ ୪୦ ରେଟିଂ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଥିବାବେଳେ ୩୦ ରେଟିଂ ସହ ସୁନକ ଦଶମ ସ୍ଥାନରେ ରହିଛନ୍ତି ।

 

Leave A Reply

Your email address will not be published.