Jai Odisha
News

ମୋବାଇଲ ଦୋକାନ ରେ ଚୋରି, ସିସିଟିଭି ଫୁଟେଜରେ କେଏଦ୍ ହେଲା ଚୋରର ଗତିବିଧି

ନବରଙ୍ଗପୁର ,୮।୫:- ଡାବୁଗାଁ ଥାନା ଅଧିନ ଚାଟିଗୁଡାରେ ଗୋଟିଏ ମୋବାଇଲ୍ ଦୋକାନରୁ ତାଲା ଭାଙ୍ଗି ମୋବାଇଲ ଫୋନ ଓ ମୋବାଇଲ ସାମଗ୍ରୀ ଚୋରି କରିବା ସହ ୨୦ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି । ଯିବା ସମୟରେ ଦୋକାନ ଲାଗି ଥିବା ସିସିଟିଭି କ୍ୟାମେରା ଗୁଡ଼ିକ ଭାଙ୍ଗି ଦେଇଛନ୍ତି । ସୂଚନା ଅନୁଯାୟୀ:- ଚାଟିଗୁଡା ଗ୍ରାମର ଅଭୟ ଦତ୍ତଙ୍କ ମୋବାଇଲ ଦୋକାନରେ କିଛ ଦୁବୃର୍ତ୍ତ ମୋବାଇଲ୍ ଦୋକାନର ସଟର ତାଲା ଭାଙ୍ଗି ଦୋକାନରେ ବିକ୍ରିପାଇଁ ରଖାହେଇଥିବା ମୋବାଇଲ ଗୁଡିକ ଓ ମୋବାଇଲ ର ସାମଗ୍ରୀ ଗୁଡିକ ନେଇ ଯାଇଛନ୍ତି।ଅଭୟ ଦତ୍ତ ଙ୍କ କହିବା ଅନୁଯାୟୀ ସମସ୍ତ ସାମଗ୍ରୀ ଦୁଇ ଲକ୍ଷ ରୁ ଉର୍ଦ୍ଧ୍ବ ହେବା। ଏ ସବୁ ଚୋରୀ କରି ନେଇଯାଇଥିବା ସିସିଟିଭି ଫୁଟେଜ ରେ ଚୋର ମାନଙ୍କ ଗତିବିଧି ଦେଖିବାକୁ ମିଳିଛି। ଏ ନେଇ ଅଭୟ ଦତ୍ତ ପ୍ରଥମେ ଅନଲାଇନ୍ ମାଧ୍ୟମରେ ଅଭିଯୋଗ ଦାଖଲ କରିଥିଲେ। ପରେ ଆଜି ଡାବୁଗାଁ ଥାନା କୁ ଆସି ଲିଖିତ ଭାବେ ଅଭିଯୋଗ ପତ୍ର ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଡାବୁଗାଁ ପୋଲିସର ତଦନ୍ତ ଆରମ୍ଭ ହେଇନଥିବା ସୂଚନାମିଳିଛି ।ଜିଲ୍ଲାପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ।ଚାରିର ସାମଗ୍ରୀ ମିଳିପାରିବ ବଲି ସ୍ଥାନେ ସ୍ଥାନେ ଆଲୋଚନା ହେଉଛି ।

Leave A Reply

Your email address will not be published.