Jai Odisha
News

ମୋଷ୍ଟ ୱାଣ୍ଟେଡ଼ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ

ପାଟଣା,,୨୭/୦୫: ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ବୁଧବାର ସନ୍ଧ୍ୟାରେ ଗୟାର ଲୁଟୁଆ ଜଙ୍ଗଲରେ ମୋଷ୍ଟ ୱାଣ୍ଟେଡ଼ ମାଓବାଦୀ ସନ୍ଦୀପ ଯାଦବର ମୃତ୍ୟୁ ଘଟିଛି। ସେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲା। ସନ୍ଦୀପ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ସମେତ ୬ ଟି ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ଼ ଆପରାଧୀ ଥିଲା।  ବିହାର ଗୟା ଜିଲ୍ଲାର ଏହି ନକ୍ସଲ କମାଣ୍ଡରକୁ ୬ ରାଜ୍ୟର ପୋଲିସ୍‌ ଖୋଜୁଥିଲା।ମୃତ୍ୟୁ ବେଳକୁ ସନ୍ଦୀପକୁ ୫୫ ବର୍ଷ ବୟସ ହୋଇଥିଲା। ତା’ ବିରୋଧରେ ଓଡିଶା, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏହି ୬ଟି ରାଜ୍ୟରେ ୫୦୦ରୁ ଅଧିକ ମାମଲା ଥିଲା।ସନ୍ଦୀପକୁ ଧୋକା ଦେଇ ବିଷ ଦିଆଯାଇଥିବା ଜଣାପଡିଛି। ବିଭିନ୍ନ ରାଜ୍ୟରେ ସନ୍ଦୀପ ବିରୋଧରେ ରହିଥିବା ପୁରସ୍କାର ରାଶିକୁ ମିଶାଇଲେ ପ୍ରାୟ ୮୪ ଲକ୍ଷରୁ ଅଧିକ ଟଙ୍କା ହେବ। ଗତ ୩ ଦଶନ୍ଧି ହେଲା ୬ଟି ରାଜ୍ୟର ଲୋକଙ୍କ ମନ ଭିତରେ ଭୟ ସଞ୍ଚାର କରିବା ସହ ପୋଲିସର ନିଦ ହଜାଇ ଦେଇଥିଲା ନକ୍ସଲ କମାଣ୍ଡର ସନ୍ଦୀପ ଯାଦବ। ସନ୍ଦୀପର ମୃତ୍ୟୁରେ ନକ୍ସଲ ସଂଗଠନକୁ ଏକ ବଡ ଝଟ୍‌କା ଲାଗିଥିବା କୁହାଯାଉଛି। ସନ୍ଦୀପ ମୁଖ୍ୟତଃ ବିହାରର ଗୟା ଜିଲ୍ଲାର ବାସିନ୍ଦା। ନକ୍ସଲ ସଂଗଠନରେ ସେ ସାମିଲ ହେବା ପରେ ବିଭିନ୍ନ ଅଞ୍ଚଳକୁ ବଦଳି ହେବା ସହ ସେହି ଅଞ୍ଚଳରେ ବଡ଼ ବଡ଼ ଅଘଟଣ ଘଟାଇ ପୋଲିସ୍‌ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲା। ଏପରିକି ସେ ଅନେକ ପୋଲିସ୍‌ କର୍ମୀଙ୍କ ଜୀବନ ମଧ୍ୟ ନେଇଛି। କିଛିଦିନ ପୂର୍ବେ ସେ ବୋମା ବିସ୍ଫୋରଣରେ ଆହତ ହୋଇଥିଲା। ଫଳରେ ବଡ ବଡ ଅଘଟଣ ଘଟାଇବା ପାଇଁ ସେ ଭୟ କରୁଥିଲା।ପ୍ରଥମ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜଣେ ନକ୍ସଲର ଘରେ ରେଡ୍‌ କରିଥିଲା। ଚଢ଼ଉ ସମୟରେ ସନ୍ଦୀପର ୮୬ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିଲା। ସନ୍ଦୀପର ମୃତ୍ୟୁକୁ ନେଇ ପୋଲିସ୍‌ ଏବେ ଏହାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.