Jai Odisha
News

ଯାଜପୁରରେ ଖଣି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ଯାଜପୁର, ୧୬/୦୬: ଆୟକର ବିଭାଗର୪୦ ଜଣିଆ ଟିମ୍‌ ହାଇଦ୍ରାବାଦ, ପୁରୀ, ଭୁବନେଶ୍ବର ସମେତ ଯାଜପୁର ଜିଲ୍ଲା ଧର୍ମଶାଳାରେ ଚଢ଼ଉ ଜାରି ରଖିଛନ୍ତି।  ଯାଜପୁର ଜିଲ୍ଲା ଧର୍ମଶାଳାରେ ଏକାଧିକ ଲଘୁଖଣିଜ ମାଲିକଙ୍କ ଘର, କାର୍ଯ୍ୟାଳୟ ଓ କ୍ରସର ୟୁନିଟ୍‌ରେ ଆୟକର ବିଭାଗ ରେଡ୍ କରିଛି । ଧର୍ମଶାଳା ସାରୋଇ ଅଂଚଳର ଲଘୁଖଣିଜ ବ୍ୟବସାୟୀ ଶ୍ରୀବାସ ଜେନାଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ତାଙ୍କର ଭୁବନେଶ୍ୱର ବରମୁଣ୍ଡାରେ ଥିବା ଘର ଓ ଅଫିସରେ ମଧ୍ୟ ଚଢାଉ କରାଯାଇଛି ।ଲଘୁ ଖଣିଜ ସଂପଦ ଗ୍ରାନାଇଟ୍‌ (କଳାପଥର) ବ୍ୟବସାୟ ସହ ସଂପୃକ୍ତ ହଜାର ହଜାର କୋଟି ଟଙ୍କାର ‌ଟିକେଟ ଫାଙ୍କିବା ନେଇ ଆଜି ସକାଳ ୫ରୁ ଚଢ଼ଉ ଆରମ୍ଭ ହୋଇଥିଲା। ଯାଜପୁର ଜିଲ୍ଲାର ପ୍ରାୟ ଅନେକଗୁଡ଼ି ସ୍ଥାନରେ ଏହି ଚଢ଼ଉ ହୋଇଛି। ପଥର ଫଟାଇବା ଠିକାଦାରଙ୍କ ସହିତ ସଂପୃକ୍ତି ନେଇ ଧର୍ମଶାଳାର ୪ ଜଣ ଖାଦାନ ମାଲିକଙ୍କ ଘରେ ଚଢ଼ଉ ଜାରି ରହିଛି। ସେମାନେ ହେଲେ ଆରୁଣୀ ଟ୍ରାନ୍ସପୋର୍ଟ, କୋଣାର୍କ ଟ୍ରାନ୍ସପୋର୍ଟ, ପ୍ରଶାନ୍ତ କୁମାର ଜେନା ଓ ଶ୍ରୀବାସ ଜେନା। ଆୟକର ବିଭାଗ ଏମାନଙ୍କର ଘର ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି।ଆୟକର ଫାଙ୍କିବା ଅଭିଯୋଗରେ ଖଣି ବ୍ୟବସାୟୀଙ୍କ ଘରେ ଇନ୍‌କମ୍‌ ଟାକ୍ସ ବିଭାଗର ଚଢଉ ହୋଇଛି।

Leave A Reply

Your email address will not be published.