Jai Odisha
News

ଯାଜପୁରରେ ନିର୍ବାଚନୀ ପରବର୍ତ୍ତୀ ହିଂସା ,୬ ଗୁରୁତର

ଯାଜପୁର ୦୩।୦୩ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଏହାରି ମଧ୍ୟରେ ଯାଜପୁରରେ କମେଣ୍ଟମରାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ସଂଘର୍ଷ । ଏହି ସଂଘର୍ଷରେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମଙ୍ଗଳପୁର ଥାନା ବଣସାହିରେ ବିଳମ୍ବିତ ରାତିରେ ଏହି ସଂଘର୍ଷ ସହିତ ଭଙ୍ଗାରୁଜା ହୋଇଥିଲା । ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକଙ୍କୁ କମେଣ୍ଟମରାକୁ ନେଇ ଗଣ୍ଡଗୋଳ ହୋଇଥିଲା ।  ଏହି ହିଂସାକାଣ୍ଡରେ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ନିର୍ବାଚନୀ ପରବର୍ତ୍ତୀ ହିଂସା ହୋଇଥିବା ଅଭିଯୋଗ ହୋଇଛି । ଗାଁର ଶମ୍ଭୁନାଥ ମଲିକଙ୍କ ଘରେ ପଶି ଆକ୍ରମଣ ଓ ବ୍ୟାପକ ଭଙ୍ଗାରୁଜା  ହୋଇଛି ।  ହିଂସାକାଣ୍ଡରେ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସ୍ଵାମୀଙ୍କ ସମେତ ୬ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।ଏନେଇ ମଙ୍ଗଳପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.