Jai Odisha
News

ଯାତ୍ରୀ ବାହୀ ବସକୁ ଧକ୍କା ଦେଲା ଡମ୍ଫର: ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ

ଢେଙ୍କାନାଳ : ଯାତ୍ରୀବାହୀ ବସକୁ ଧକ୍କା ଦେଲା ଡମ୍ଫର ଅଳ୍ପକେ ବର୍ତ୍ତିଲେ 50 ରୁ ଉର୍ଦ୍ଧ ଯାତ୍ରୀ. ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ. ସୂଚନା ଅନୁସାରେ ଗୋପୀନାଥ ନାମକ ବସ 50 ରୁ ଉର୍ଦ୍ଧ ଯାତ୍ରୀଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ଡ଼ମ୍ପର ଗାଡିର ଷ୍ଟ୍ରେରିଙ୍ଗ ଫେଲ ହେବାରୁ ବସ ସହ ଧକ୍କା ହୋଇଯାଇଥିଲା. ବସ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି. ଏହି ଦୁର୍ଘଟଣା ପାଇଁ ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିଲା. ଖବର ପାଇ ଘଟଣା ସ୍ଥଳରେ ତୁମୁସିଙ୍ଗା ପୋଲିସ ପହଂଚି ଟ୍ରାଫିକ ହଟେଇବା ସହ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଗାଡ଼ିରେ ସ୍ଥାନାନ୍ତରିତ କରିଛନ୍ତି ।

 

Leave A Reply

Your email address will not be published.