Jai Odisha
News

ଯୁକ୍ତ ତିନି କଲେଜରୁ ଅଲଗା ହେବ ଯୁକ୍ତଦୁଇ ଶ୍ରେଣୀ

ଭୁବନେଶ୍ୱର , ୨୨।୧୨:ରାଜ୍ୟ ସରକାର ଯୁକ୍ତ ଦୁଇ ଓ ଯୁକ୍ତ ତିନି ମିଶ୍ରିତ ଭାବେ ରହିଥିବା କଲେଜଗୁଡ଼ିକର ପୃଥକୀକରଣ ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଯୁକ୍ତ ତିନି କଲେଜରୁ ଯୁକ୍ତଦୁଇ ଶ୍ରେଣୀକୁ ସମ୍ପୂର୍ଣ୍ଣ ଭାବେ ଅଲଗା କରି ଦିଆଯିବ । ତେବେ ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗର ମିଳିତ ପ୍ରକ୍ରିୟା ଆରମ୍ଭ ହେବ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୦ଟି କଲେଜକୁ ପୃଥିକୀକରଣ କରାଯାଇଛି । ଏ ଦିଗରେ ଜମି ଓ ଭିତ୍ତିଭୂମି ସମସ୍ୟା ବାଧା ସୃଷ୍ଟି କରୁଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୃଥିବୀକରଣ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଗଣଶିକ୍ଷା, ଉଚ୍ଚଶିକ୍ଷା, ଅର୍ଥ, ପଞ୍ଚାୟତିରାଜ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଗଣଶିକ୍ଷା ବିଭାଗ ଅଧିନରେ ଥିବା ମାଧ୍ୟମିକ ସ୍କୁଲମାନଙ୍କରେ ଥିବା ଖାଲି ପଦ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ସେହିପରି ଯୁକ୍ତଦୁଇ କଲେଜମାନଙ୍କରେ ମଧ୍ୟ ନିଯୁକ୍ତି ନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)କୁ ଦାୟିତ୍ୱ ଦିଆଯାଇଛି । ଏହା ମଧ୍ୟରେ ୧୫୪୩ଟି ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ନିଯୁକ୍ତି ପାଇଁ ମଞ୍ଜୁରୀ ମିଳିସାରିଥିବା ବେଳେ ଆଗକୁ ୩୬୭ଟି ପିଜିଟି ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହେବ ।

Leave A Reply

Your email address will not be published.